ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବାୟୁସେନାର ମିଗ୍-୨୧ ଯୁଦ୍ଧ ବିମାନ ଗୁରୁବାର ବିଳମ୍ବିତ ରାତିରେ ପଞ୍ଜାବର ମୋଗା ନିକଟରେ ଦୁର୍ଘଟଣାଗ୍ରସ୍ତ ଘଟିଛି । ଦୁର୍ଘଟଣା ସମୟରେ ବିମାନଟି ନିୟମିତ ପ୍ରଶିକ୍ଷଣ ଉଡାଣରେ ଥିଲା । ଏଥିରେ ସ୍କ୍ୱାଡ୍ରନ ଲିଡର ଅଭିନବ ଚୌଧରୀଙ୍କ ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁରେ ଭାରତୀୟ ବାୟୁସେନା ଶୋକ ବ୍ୟକ୍ତ କରିବା ସହ ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇଂକ୍ୱାରୀ ପାଇଁ ନିର୍ଦ୍ଦେଶ ଦେଇଛି ।
ଏନେଇ ଅଧିକାରୀ କହିଛନ୍ତି କି, ସୁରତଗଢରୁ ନିୟମିତ ଉଡାଣ ଭରିଥିଲା ବିମାନ କିନ୍ତୁ ଗତକାଲି ବିଳମ୍ବିତ ରାତିରେ ପଞ୍ଜାବର ମୋଗା ନିକଟରେ ଦୁର୍ଘଟଣାଗ୍ରସ୍ତ ଘଟିଛି । ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।