ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ଜନତା ପାର୍ଟି(ବିଜେପି)ର ଅଧ୍ୟକ୍ଷ ଅମିତ ଶାହା ୨୦୧୯ ଲୋକସଭା ନିର୍ବାଚନ ପାଇଁ ଅଙ୍କ କଷିଲେଣି । ଆଉ ମାତ୍ର କେଇ ମାସ ରହିଲା ଲୋକସଭା ନିର୍ବାଚନ । ଏ ନେଇ ଶାହା ଆସାମର ସୋସିଆଲ ମିଡିଆ ଟିମ୍ କୁ ସତର୍କତା ଅବଲମ୍ବନ କରାଇଛନ୍ତି । ଶାହା ଆସାମର ପୂର୍ବଉତ୍ତର ରାଜ୍ୟକୁ ଯାତ୍ରା କରୁଥିବା ସମୟରେ ଲୋକସଭା ନିର୍ବାଚନର ସମୀକ୍ଷା କରିଥିଲେ । ଟିମର ଓ ପାର୍ଟିର ଅନ୍ୟ ସଦସ୍ୟଙ୍କୁ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ହେବା ସହ ଅଧିକାଂଶ ମତଦାତାଙ୍କ ପାଖକୁ ପହଂଚିବା ଓ ନିର୍ବାଚନ ମତଦାତାଙ୍କୁ ଆକର୍ଷିତ କରିବା ପାଇଁ କହିଥିଲେ ଶାହା ।
ଭାଜପା ନେତାଙ୍କ କହିବା ଅନୁଯାୟୀ, ଅଧ୍ୟକ୍ଷ ଅମିତ ଶାହା ଆସାମର ସୋସିଆଲ ମିଡିଆ ଟିମକୁ ନେଇ ଏକ ବୈଠିକ ଆୟୋଜନ କରିଥିଲେ । ଏହି ବୈଠକରେ ଟିମର ୮୨ ଜଣ ସଦସ୍ୟ ଭାଗ ନେଇଥିଲେ । ଶାହା କହିଥିଲେ, ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋବାଲ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ହେମନ୍ତ ବିଶ୍ୱା ଶର୍ମାଙ୍କ ବ୍ୟତୀତ ଆଉ କୌଣସି ଅଧିକାରୀ ପାର୍ଟି ନେତା ସୋସିଆଲ ମିଡିଆରେ ସକ୍ରିୟ ନାହାନ୍ତି । ଫେସବୁକ ଓ ଟି୍ୱଟରରେ ସୋନୋବାଲଙ୍କ ୭ ଲକ୍ଷରୁ ଅଧିକ ଫଲୋର୍ସ ଥିବା ବେଳେ ୬ ଲକ୍ଷରୁ ଅଧିକ ଶର୍ମାଙ୍କ ଅଛନ୍ତି । ଆସାମ ଭାଜପା ଅଧ୍ୟକ୍ଷ ରଣଜୀତ କୁମାର ଦାସଙ୍କ କେବଳ ୪୦,୦୦୦ ଫଲୋର୍ସ ଅଛନ୍ତି ।
ତେଣୁ ଅମିତ ଶାହା ସୋସିଆଲ ମିଡିଆ ଟିମକୁ କିଛି ଗୁଡ ଖୁଆଇଛନ୍ତି । ଲୋକମାନଙ୍କ ସହିତ କିପରି ଭଲ ସଂପର୍କ କରିହେବ । ଏ ନେଇ ସତର୍କତା କରିଛନ୍ତି । ଏହା ବ୍ୟତୀତ ସମ୍ବେଦନଶୀଳ ଭଳି ମୁଦାରୁ ଦୂରେଇ ରହିବା ପାଇଁ ଆଦେଶ ଦେଇଛନ୍ତି ।