ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପେଟ୍ରୋଲ , ଡିଜେଲ ଏବଂ ଏଲପିଜିର ମହଙ୍ଗା ମାଡ ମଧ୍ୟରେ ରବିବାର କେନ୍ଦ୍ରୀୟ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କି, ଆଗାମୀ ଦିନରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଦାମ୍ ରେ ହ୍ରାସ ଘଟିବ ।
ମନ୍ତ୍ରୀ କହିଛନ୍ତି କି, ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଦାମ ଏବେ ହ୍ରାସ ହେଉଛି ଏବଂ ଆଗମୀ ଦିନରେ ଦର ଆହୁରୀ କମିବ । ମୁଁ ପୂର୍ବରୁ ମଧ୍ୟ କହିଥିଲି କି,ଅନ୍ତରାଷ୍ଟ୍ରୀୟ ବଜାରରେ କଞ୍ଚା ତେଲର ଦାମ ହ୍ରାସର ଲାଭ ଅନ୍ତିମ ଗ୍ରାହକଙ୍କୁ ହସ୍ତାନ୍ତର କରାଯିବ ।
ଏହାପୂର୍ବରୁ ଲୋକସଭାରେ ଇନ୍ଧନ ଦର ବୃଦ୍ଧିକୁ ନେଇ ପଚରାଯାଇଥିବା ପ୍ରଶ୍ନର ଜବାବରେ ପ୍ରେଟ୍ରୋଲିୟମ ମନ୍ତ୍ରୀ କହିଥିଲେ କି,ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡରର ଦାମ ଗତବର୍ଷରୁ ଦୁଇଗୁଣା ହୋଇଯାଇଛି ।
ସବୁଠାରୁ ବଡ କଥା ହେଲା ଲଗାତର ଚାରିଦିନ ହେବ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।