ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମାଡି ଆସୁଛି ବାତ୍ୟା ୟାସ୍ । ଆଜି ନେବ ସିଭିୟର ସାଇାକ୍ଲାନର ରୂପ । ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଧୀରେ ଧୀରେ ଗତି କରୁଥିବା ବେଳେ ପାରାଦ୍ୱୀପରୁ ୩୬୦ କିଲୋମିଟର ଦୂରରେ, ବାଲେଶ୍ୱରରୁ ୪୬୦ କିଲୋମିଟ ଦୂରରେ ରହିଛି ୟାସ୍ । ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଗତି କରୁଥିବାର ଜଣାପଡିଛି । ଆସନ୍ତାକାଲି ମଧ୍ୟାହ୍ନ ସୁଧା ପାରାଦ୍ୱୀପ ସାଗର ଦ୍ୱୀପର ବାଲେଶ୍ୱର ପାଖାପାଖି ଲ୍ୟାଣ୍ଡଫଲ କରିପାରେ । ଓଡିଶାରେ ହିଟ୍ କରିବାର ସମ୍ଭାବନା ଅଧିକ ରହିଛି । ଧାମରାରୁ ଚାନ୍ଦୀପୁର ମଧ୍ୟରେ ମାଡ ହୋଇପାରେ । କିନ୍ତୁ ନିର୍ଦ୍ଧିଷ୍ଟ ସ୍ଥାନ ସ୍ପଷ୍ଟ ହୋଇନଥିବା ବେଳେ ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ୧୫୫ ରୁ ବଢି ୧୮୫ରେ ପହଁଚିପାରେ ।
ବାତ୍ୟା ୟାସ ଲ୍ୟାଣ୍ଡ ଫଲ ସମୟରେ ସମୁଦ୍ର ଅଶାନ୍ତ ରହିବ । ଏପରିକି ୨ ରୁ ୪ ମିଟର ଉପରେ ଜୁଆର ଉଠିପାରେ । ଏହି ବାତ୍ୟାର ପ୍ରଭାବ ଭଦ୍ରକ , ବାଲେଶ୍ୱର, ଜଗତସିଂହପୁର,େ କେନ୍ଦ୍ରାପଡା, ଓ ମୟୁରଭଞ୍ଜ ଜଲ୍ଲାରେ ଅଧିକ ପଡିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାସହିତ ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଜିଲ୍ଲାରେ ମଧ୍ୟ ବାତ୍ୟାର ପ୍ରଭାବ ପଡିବ ।