ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : ରାଜ୍ୟରେ ପୁଣି ଆଜି ୭ ଜଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୭ ଜଣ ପଜିଟିଭ ମିଶିବା ପରେ ଏବେ ରାଜ୍ୟରେ କରୋନା ପଜିଟିଭ ସଂକ୍ୟା ୧୧୮ ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି ।
ତେବେ ଏହି ୭ ମଧ୍ୟରୁ ସୁନ୍ଦରଗଡରେ ୪ ଜଣ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସୁନ୍ଦରଗଡରେ ଏବେ ପଜିଟିଭ ସଂଖ୍ୟା ୧୦ ରେ ପହଞ୍ଚିଛି । ତେବେ ସୁନ୍ଦରଗଡର କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛି ତାହା ଜଣାପଡିଛି । ଅନ୍ୟପଟେ ଆଉ ୩ ଜଣ ଚିହ୍ନଟ ହୋଇଛନ୍ତି । ଭଦ୍ରକରେ ଏବେ କରୋନା ସଂକ୍ରମିତ ୧୯ ରେ ପହଞ୍ଚିଛି ।