ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ନୃସିଂହ ଜୟନ୍ତୀର ବିଶେଷ ମହତ୍ୱ ରହିଛି । ବୈଶାଖ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିକୁ ନୃସିଂହ ଚତୁର୍ଦ୍ଦଶୀ ଭାବେ ପାଳନ କରାଯାଇଥାଏ । ସେହିପରି ଆଜି ହେଉଛି ନୃସିଂହ ଚତୁର୍ଦ୍ଦଶୀ ।
ପୌରାଣିକ ମାନ୍ୟତା ଅନୁସାରେ ଏହିଦିନ ନୃସିଂହ ଅବତାର ନେଇ ଭଗବାନ ବିଷ୍ଣୁ ତାଙ୍କ ଭକ୍ତ ପ୍ରହଲ୍ଲାଦର ରକ୍ଷା କରିଥିଲେ । ଏହି ଅବତାର ଭଗବାନ ବିଷ୍ଣୁଙ୍କର ଥିଲା ଚତୁର୍ଥ ଅବତାର । ଏହି ଦିନ ଭଗବାନ ନୃସଂହଙ୍କ କୃପା ଲାଭ ପାଇଁ ତାଙ୍କର ବିଜ ମନ୍ତ୍ର ଜପ କରାଯାଇଥାଏ ।
ଧାର୍ମିକ ମାନ୍ୟତାନୁସାରେ ନୃସିଂହ ଜୟନ୍ତୀ ଦିନ ବିଜ ମନ୍ତ୍ର ଜପିବା ଦ୍ୱାରା ଶତୃନାଶ ହୋଇଥାଏ । କୋର୍ଟ-କଜେରୀ ଏବଂ ମକଦମାରୁ ବିଜୟ ପ୍ରାପ୍ତି ମିଳିଥାଏ । ଭକ୍ତ ମଧ୍ୟରେ ପରାକ୍ରମ ବୃଦ୍ଧି ହେବା ସହିତ ଆତ୍ମବିଶ୍ୱାସ ବଢିଥାଏ । ସେହିପରି ନୃସିଂହଙ୍କ ବିଜ ମନ୍ତ୍ର ଜପିବା ଦ୍ୱାରା ତନ୍ତ୍ର , ମନ୍ତ୍ର, ବାଧା, ଭୂତ, ପିଶାଚ, ଭୟ, ଅକାଳ ମୃତ୍ୟୁ ଆଦି ଭୟ ଦୂର ହୋଇଥାଏ । ରୋଗରୁ ମୁକ୍ତି ମିଳିବା ସହିତ ଶାନ୍ତି ଏବଂ ଆନନ୍ଦ ପ୍ରାପ୍ତି ହୋଇଥାଏ ।