ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମାଡି ଆସୁଛି ବାତ୍ୟା ୟାସ୍ । ଏହାକୁ ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତିୁ କରାଯାଇଛି । ଏହି ବାତ୍ୟାରେ ମୁଖ୍ୟ ଚାରୋଟି ଜିଲ୍ଲା ତଥା ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା ଓ ଜଗତସିଂହପୁର ଅଧିକ ପ୍ରଭାବିତ ହେବ । ସେଥିପାଇଁ ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି ।
ଏହାସହିତ ସରକାରଙ୍କ ଫୋକସ ବିଦ୍ୟୁତ ଯୋଗାଣ ଉପରେ ମଧ୍ୟ ରହିଛି । ଗ୍ରାଉଣ୍ଡରେ ଯେପରି ଏହାର ମୁକାବିଲା କରି ହେବ ସେଥିପାଇଁ ଶକ୍ତିମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ବାଲେଶ୍ୱର ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ନିଜେ ବାଲେଶ୍ୱରରେ ରହି ସ୍ଥିତିର ଅନୁଧ୍ୟାନ କରିବେ । କ୍ୟାମ୍ପ କରି ଟିକି ନିକି ସ୍ଥିତି ଉପରେ ନଜର ରଖିବେ ଶକ୍ତିମନ୍ତ୍ରୀ ।
ଅନ୍ୟପଟେ ଏହାପୂର୍ବରୁ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ୫ଟି ଜିଲ୍ଲାକୁ ୫ ଜଣ ବରିଷ୍ଠ ଆଇଏଏସ ଅଫିସରକୁ ଦାୟିତ୍ୱ ପାଇଁ ରାଜ୍ୟ ସରକାର ପଠାଇଥିଲେ ।