ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ସଂକ୍ରମଣରେ ହ୍ରାସ ଘଟୁଛି । ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ଲାଗୁ ହୋଇଥିବା କଟକଣାରେ କୋହଳ କରାଯାଇଛି । ସେହିପରି ଦିଲ୍ଲୀରେ ମଧ୍ୟ ଆଜିଠାରୁ ଧୀରେ ଧୀରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଏନେଇ ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଥିଲେ । ସେ କହିଥିଲେ ଭାଇରସ ବରୋଧରେ ଲଢେଇ ଏପର୍ଯ୍ୟନ୍ତ ଶେଷ ହୋଇନି କିନ୍ତୁ ବଞ୍ଚିବା ପାଇଁ ଜୀବିକା ଜରୁରୀ । ସେଥିପାଇଁ ଦିଲ୍ଲୀରେ ଧୀରେ ଧୀରେ ପର୍ଯ୍ୟାୟକ୍ରମେ ଅନଲକ କରାଯିବ ।
କେଜ୍ରିଆଲ କହିଥିଲେ କି, ପ୍ରଥମେ କାରଖାନାଗୁଡିକ ଖୋଲା ଯିବା ଏବଂ ନିର୍ମାଣ ଗତିବିଧିକୁ ଅନୁମତି ଦିଆଯିବ । ଅର୍ଥାତ କେବଳ କାରଖାନା ଖୋଲାଯିବ । ସେହିପରି ପ୍ରତ୍ୟେକ ସପ୍ତାହରେ ବିଶେଷଜ୍ଞ ଏବଂ ଜନତାଙ୍କ ମତ ଆଧାରରେ ଅନଲକ ପ୍ରକ୍ରିୟା ଜାରି କରାଯିବ ।
ସୂଚନାଯୋଗ୍ୟ, ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଜୁନ୍ ୭ ତାରିଖ ସକାଳ ୫ ଟା ଯାଏଁ ଦିଲ୍ଲୀରେ ଲକଡାଉନ ଜାରି ରହିଛି ।