ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସୀର କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ତାକୁ କଡା ପୋଲିସ ସୁରକ୍ଷା ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାକୁ କେବଳ ମେହୁଲର ଓକିଲଙ୍କୁ ଯିବା ପାଇଁ ଅନୁମତି ରହିଛି ।
ଗୋଟେଦିନ ପୂର୍ବରୁ ଚୋକସିକୁ ପୋଲିସ ସେଲରୁ ନେଇ ଡୋମେନିକାର ହସ୍ପିଟାଲକୁ ନିଆଯାଇଥିଲା । ଏହାପରେ ଚୋକସିର ଓକିଲ ଦାବି କରିଛନ୍ତି କରି ଚୋକସିକୁ ଅପହରଣ କରି ଏଣ୍ଟିଗୁଆରୁ ଡୋମେନିକା ନିଆଯାଇ ସେଠାରେ ତାଙ୍କୁ ମରାମାରି କରାଯାଇଛି ।