ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ସରକାରଙ୍କ ଫୋକସରେ କରୋନା ଟୀକାକରଣ । କାରଣ ଟୀକାକରଣ ହେଉଛି ଏକମାତ୍ର ଅସ୍ତ୍ର ଯାହାଦ୍ୱାରା କରୋନାକୁ ମାତ୍ ଦିଆ ଯାଇପାରିବ । ସେଥିପାଇଁ ଜୋରସୋରରେ ଟୀକାକରଣ ପ୍ରକ୍ରିୟା ଜାରି ରହିଛି । ଆଉ ୩,୦୫,୪୬୦ କୋଭିସିଲ୍ଡ ଟୀକା ଜୁନ୍ ରେ ଓଡିଶାରେ ଆସି ପହଁଚିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଏହି ଟୀକା ପହଁଚିଲା ପରେ ବିଶେଷ କରି ୪୫ ବର୍ଷରୁ ଉଦ୍ଧ୍ୱର୍ ବୟସସ୍କଙ୍କ ପାଇଁ ଏହୀ ଟିକା ବ୍ୟବହାର କରାଯିବ । ଏହାସହିତ ୪୦ ହଜାର କୋଭାକ୍ସିନ ଟୀକା ଜୁନ୍ ୬ ରେ ଓଡିଶାରେ ପହଁଚିବ ବୋଲି ମଧ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ସେହିପରି କରୋନା ଟୀକା କିଣିବା ପାଇଁ ଓଡିଶା ସରକାର ମେ ୨୮ ରେ ଏକ ବିଶ୍ୱସ୍ତରୀୟ ଟେଣ୍ଡର ପ୍ରଦାନ କରିଥିଲେ ।