ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି କରେନା ସହ ଜଡିତ ସକରାରୀ ଆପ୍ ରେ ଅପଡେଟ କରୁଛନ୍ତି ଆଇଟି ଏବଂ ଇଲେକ୍ଟ୍ରନିକ ମନ୍ତ୍ରାଳୟ । ଏଣିକି ପ୍ରତ୍ୟେକ ବ୍ୟକ୍ତି ଆରୋଗ୍ୟ ସେତୁ ଆପ୍ ଜରିଆରେ ଟୀକାକରଣର ଷ୍ଟାଟସ ଯାଞ୍ଚ କରିପାରିବେ । ଯେଉଁମାନେ ଟୀକାର ଦୁଇଟି ଡୋଜ ନେଇ ଯାଇଛନ୍ତି ସେମାନଙ୍କୁ ଆପ ର ହୋମ ପେଜ୍ ରେ ବ୍ଲ୍ୟୁ ସିଲ୍ଡ ମିଳିବ ।
ଦ୍ୱିତୀୟ ଟୀକା ନେବାର ୧୪ ଦିନ ପରେ ଏହି ସୁବିଧା ଆପଣ ଆପ୍ ରେ ଦେଖିପାରିବେ । ଯେକୌଣସି ଉପଭୋକ୍ତା ତାଙ୍କ ମୋବାଈଲରେ ଟୀକାକରଣ ଷ୍ଟାଟସ ଅପଡେଟ କରିପାରିବେ । ଏହି ସୁବିଧା କୌଣସି ସ୍ଥାନକୁ ଯାତ୍ରା କରିବା ସମୟରେ ଟୀକାକରଣ ସ୍ଥିତି ଯାଞ୍ଚ କରିବାରେ ସହାୟକ ହେବ ।
ଟ୍ୱିଟରେ କୁହାଯାଇଛି କି, ଏବେ ଆପଣଙ୍କ ଟୀକାକରଣ ଷ୍ଟାଟସ ଆରୋଗ୍ୟ ସେତୁରେ ଅପଡେଟ ହୋଇପାରିବ । ନିଜର ଟୀକା ଲଗାନ୍ତୁ-ଡବଲ ବ୍ଲ୍ୟୁ ଟିକ୍ ଏବଂ ବ୍ଲ୍ୟୁ ସିଲ୍ଡ ପାଆନ୍ତୁ ।