ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ଏହାରି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟଏଚଓ) ପକ୍ଷରୁ ଆଶ୍ୱସ୍ତିକର ଖବର ମିଳିଛି । ବାସ୍ତବରେ ଭାରତରେ ଚିହ୍ନଟ ହୋଇଥିବା ଭ୍ୟାରିଏଣ୍ଟର ବିପଦକୁ ନେଇ ଡବ୍ଲ୍ୟଏଚଓ କହିଛି କି, ‘ଡେଲ୍ଟା’ ର ଏବେ କେବଳ ଗୋଟେ ହିଁ ଭ୍ୟାରିଏଣ୍ଟ ଚିନ୍ତାଜନକ । କିନ୍ତୁ ବାକି ଦୁଇଟି ଷ୍ଟ୍ରେନର ବିପଦ କମ ହୋଇଯାଇଛି । କରୋନାର ଏହି ଭ୍ୟାରିଏଣ୍ଟକୁ ବି.୧.୬୧୭ ନାମରେ ଜଣା ଯାଇଥାଏ । ଏହି କାରଣରୁ ଭାରତରେ ଦ୍ୱିତୀୟ ଲହରରେ ଏତେ ମାତ୍ରାରେ ଭୟଙ୍କର ଦୃଶ୍ୟ ଦେଖିବକୁ ମିଳିଛି ।
ମଙ୍ଗଳବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି କି, ସର୍ବପ୍ରଥମେ ଭାରତରେ ଚିହ୍ନଟ ହୋଇଥିବା କୋଭିଡ୧୯ର ଡେଲ୍ଟା ଭଆରିଏଣ୍ଟର ଏବେ କେବଳ ଗୋଟେ ହିଁ ଷ୍ଟ୍ରନ ଚିନ୍ତାର ବିଷୟ । ଅନ୍ୟ ଦୁଇଟି ଷ୍ଟ୍ରେନର ବିପଦ କମ ହୋଇଯାଇଛି । ଏହି ଭ୍ୟାରିଏଣ୍ଟ ବି.୧.୬୧୭ ନାମରେ ପରିଚିତ । ଏହାର ତିନୋଟି ଭ୍ୟାରିଏଣ୍ଟ ରହିଛି ତାହା ହେଉଛି- ବି.୧.୬୧୭.୧, ବି.୧.୬୧୭.୨ ଏବଂ ବି.୧.୬୧୭.୩ ।