କଟକ (ଏଟିଆର ବ୍ୟୁରୋ): ସିସୋର ଚିଟ୍ ଫଣ୍ଡ ଠକେଇ ମାମଲରେ ଗିରଫ ହୋଇଥିବା ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଆଜି ହାଇକୋର୍ଟ ପକ୍ଷରୁ ଜାମିନ ମିଳିଛି । ଅନ୍ତରୀଣ ଜାମିନର ସର୍ତ୍ତ ଆଧାରରେ ତାଙ୍କୁ ଜାମିନ ମିଳିଥିବାର ସୂଚନା ମିଳିଛି ।
ପୂର୍ବରୁ ୨ମାସ ପାଇଁ ସର୍ତ୍ତ ମୂଳକ ଜାମିନ ପାଇଥିଲେ ବିଧାୟକ । କିନ୍ତୁ ଏବେ ଓଡିଶା ହାଇକୋର୍ଟ ପକ୍ଷରୁ ନିୟମିତ ଜାମିନ ପ୍ରଦାନ କରାଯାଇଛି ।
ପ୍ରକାଶଥାଉ କି, ସିସୋର ଚିଟ୍ ଫଣ୍ଡ ଠକେଇ ମାମଲରେ ଗତ ସେପ୍ଟମ୍ବର ମାସ ୧୮ ତାରିଖରେ ବିଧାୟକ ପ୍ରଭାତ ବିଶ୍ୱାଳକୁ ସିବିଆଇ ଗିରଫ କରିଥିଲା ।