ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ଭିଭୋ ୱାଇ୭୩ ସ୍ମାର୍ଟଫୋନ ଲଞ୍ଚ ନିଶ୍ଚିତ ହୋଇଛି । ଆଗାମୀ ଜୁନ୍ ୧୦ ୨୦୨୧ ରେ ଏହି ଫୋନଟି ଲଞ୍ଚ କରାଯିବ । ଅବଶ୍ୟ କମ୍ପାନୀ ପକ୍ଷରୁ ଫୋନ୍ ର ଲଞ୍ଚ ତାରିଖ ଖୁଲାସା ହୋଇନାହିଁ । କମ୍ପାନୀ ସ୍ପଷ୍ଟ କରିଛି କି, ଭିଭୋ ର ନୂତନ ଚିଫ୍ ଷ୍ଟାଇଲିଶ ଆଇକନ୍ ସାରା ଅଲ୍ଲୀ ଖାଁ ଭିଭୋ ୱାଈ୭୩ର ଜୁନ୍ ୧୦ରେ ସ୍ପେଶାଲ ଅନବକ୍ସିଂ କରିବେ । ଫୋନର ଦୁଇଟି କଲର ଅପ୍ସନ ରହିଛି ପର୍ପଲ ଏବଂ ବ୍ଲାକ । ଏହା ଏକ ୪ଜି ସ୍ମାର୍ଟଫୋନ୍ ହେବ ।
ଲିକ୍ ହୋଇଥିବା ରିପୋର୍ଟ ମୁତାବକ, ଅପକମିଂ ଭିଭୋ ୱାଇ୭୩ ସ୍ମାର୍ଟଫୋନରେ ୬.୪୪ ଇଞ୍ଚର ଫୁଲଏଚଡି ପ୍ଲସ ଏମୋଲେଡ ଡିସପ୍ଲେ ଦିଆଯାଇଛି । ଏହାର ରିଜୋଲ୍ୟୁସନ ୨୪୦୦ଞ୍ଚ୧୦୮୦ ପିକ୍ସଲ । ଏଥିରେ ଏଚଆରଡି୧୦ ସପୋର୍ଟ ଦିଆଯାଇପାରେ । ସେହିପରି ଏଥିରେ ଅପ୍ଟିକାଲ ଇନ୍ ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସ୍କ୍ୟାନରର ସପୋର୍ଟ ଦିଆଯାଇପାରେ ।
ଅନ୍ୟପଟେ ପ୍ରୋସେସର କଥା ଯଦି କହିବା ଏହି ଫୋନରେ ଅକ୍ଟା କୋର ମେଡିଆ ଟେକ ହେଲିଓ ଜି୯୫ ଚିପସେଟ ଯୋଡିର ସପୋର୍ଟ ଦିଆଯାଇପାରେ । ଏହାବ୍ୟତିତ ଗ୍ରାଫିକ୍ସ କାର୍ଡ ରୂପେ ମାଲି-ଜି୭୬ ଜିପିୟୁ ର ବ୍ୟବହର କରାଯାଇପାରେ । ଫୋନକୁ ୮ଜିବି ର୍ୟାମ ଏବଂ ୧୨୮ଜିବି ଷ୍ଟୋରେଜ ଭାରିଏଣ୍ଟ ସହିତ ଲଞ୍ଚ କରାଯାଇପାରେ ।