ଶ୍ରୀନଗର (ଏଟିଆର ବ୍ୟୁରୋ): ପାକିସ୍ତାନ ବାରମ୍ବାର ନିଜର ଔକାତ ଦେଖାଇବାରେ ଲାଗିଛି । ଜମ୍ମୁ ଓ କାଶ୍ମୀର ଭାରତରେ ମିଶିବା ଦିନ ଠାରୁ ପାକିସ୍ତାନ ଯେମିତି ପାଗଳ ପ୍ରାୟ ହୋଇଯାଇଛି । ବିଶ୍ୱର ସମସ୍ତ ରାଷ୍ଟ୍ରକୁ ଯାଇ ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ସବୁଠି ତାଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି । ଏଥିପାଇଁ ପାକିସ୍ତାନ ଅଧିକ ଉତକ୍ଷେପିତ ହୋଇଯାଇ ଭାରତ ମଧ୍ୟରେ ଆତଙ୍କ ରାଜ ଖେଳାଇବାକୁ ଚେଷ୍ଟା କରୁଛି । ହେଲେ ତାର ଯେମିତି ସବୁ ଆଶା ନିରାଶାରେ ପରିଣତ ହୋଇଯାଉଛି । ଭାରତ ସୀମାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘନ କରି ଭାରତ ମଧ୍ୟକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି ।
ତେବେ ଆଜି ପୁଣି ପାକିସ୍ତାନ ଲଗାତାର ଦ୍ୱିତୀୟ ଥର ପାଇଁ ଅସ୍ତ୍ରବିରତି ଉଲ୍ଲଘନ କରିଛି । ତେବେ ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଥିବା ପୁଞ୍ଚ ଜିଲ୍ଲାର ଶାହପୁର, କିରନି , କସବା ସେକ୍ଟରରେ ଦିନ ୧୧.୩୦ ମିନିଟ ସମୟରେ ପାକିସ୍ତାନ ଫରୱାର୍ଡ ପୋଷ୍ଟ ଗୁଡିକରୁ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ କରିଥିଲା । ଯାହାର ଜବାବରେ ଭାରତୀୟ ସୈନ୍ୟମାନେ ପାଲଟା ଗୁଳିମାଡ କରିଥିଲେ । ପୂର୍ବରୁ ବୁଧବାର ଦିନ ମଧ୍ୟ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଘନ କରିଥିଲା ।