ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଉଚ୍ଚଶିକ୍ଷା ବିଭାଗରେ ବହୁବାର ଦୁର୍ନିତିର ଅଭିଯୋଗ ବହୁ ଆଗରୁ ଆସିଛି । ତେବେ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ବହୁ ପଦକ୍ଷପ ଗ୍ରହଣ କରିଛନ୍ତି । ହେଲେ ତାହା ଭିତରେ କେତେ ବେଳେ କେଉଁଠି ଶିକ୍ଷକ ମାନେ ଠିକରେ ସ୍କୁଲ ଆସୁ ନଥିବାର ଅଭିଯୋଗ ହେଉଛି ତ ଆଉ କେତେବେଳେ ଶିକ୍ଷକ ମାନେ ଠିକ ଭାବରେ ପାଠ ପଢାଉ ନଥିବାର ଅଭିଯୋଗ ସାମ୍ନାକୁ ଆସିଛି । ତେବେ ବର୍ତ୍ତମାନ ରାଜ୍ୟ ସରକାର ଏହାକୁ ସୁଧାରିବା ପାଇଁ ଉଚ୍ଚଶିକ୍ଷା ବିଭାଗକୁ ୫-ଟି ଅଧୀନରେ ଆଣିଛନ୍ତି ।
ଏନେଇ ବିଭାଗରେ ୧୭ ସୁତ୍ରୀ ଆକ୍ସନ ପ୍ଲାନ ସହ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି । ଅଧ୍ୟାପକ ମାନଙ୍କର ବାୟୋମେଟ୍ରିକ୍ ଉପସ୍ଥାନ ୭ ଘଣ୍ଟା ତଦାରକ କଡାକଡି କରାଯିବ । ଏହା ସହ ଚାତ୍ରଛାତ୍ରୀ ମାନେ ବାର୍ଷିକ ପରିକ୍ଷା ଦେବା ପାଇଁ ସ୍କୁଲରେ ୭୫% ଉପସ୍ଥାପନ ବାଧ୍ୟତା ମୂଳକ କରାଯିବ । ଅନ୍ୟପଟେ ଜିଲ୍ଲା ଓ ବ୍ଲକ ସ୍ତରରେ ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ତାଲିକା ପ୍ରସ୍ତୁତ କରାଯାଇ ଲାପ୍ଟପ୍ ବଣ୍ଟନ କରାଯଯିବ । ଶିକ୍ଷକ ଓ ଅଣଶିକ୍ଷକ ମାନଙ୍କ ପାଇଁ ଏକକ ଟ୍ରାନ୍ସଫର ପଲିସି ରହିବ ବୋଲି ସୂଚନା ମିଳିଛି । ବିଶ୍ୱବିଦ୍ୟାଳୟ ସ୍ତରରେ କ୍ୟାରିୟର କାଉସେଲିଂ ସେଲକୁ ସୁଦୃଢ କରାଯିବ । ବାହାର ରାଜ୍ୟରେ ଓଡିଆ ଛାତ୍ରଛାତ୍ରୀ ମାନଙ୍କୁ ସର୍ବଭାରତୀୟ ସେବା ପରୀକ୍ଷା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ । ମୋ ସ୍କୁଲ ଭଲି ମୋ କଲେଜ ପ୍ରତିଷ୍ଠା କରାଯିବ ବୋଲି ସୂଚନା ମିଳିଛି ।