ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଖରାଦିନେ ଆଖୁ ରସ ସେବନ ସ୍ୱାସ୍ଥ୍ୟ ପ୍ରତି ହିତକର ହୋଇଥାଏ । ଏହାଦ୍ୱାରା କେବଳ ଶୋସ ମେଣ୍ଟିବା ସହ ଶିଥିଳତା ମିଳେ ତାହା ନୁହେଁ ବରଂ ଶରୀର ସହ ଜଡିତ ଅନେକ ରୋଗର ଉପଚାର ମଧ୍ୟ ହୋଇଥାଏ । କାରଣ ଆଖୁରେ ଅନେକ ପୋଷକ ତତ୍ୱ ରହିଛି । ଏଥିରେ ପ୍ରୋଟିନ୍, କାର୍ବୋହାଇଡ୍ରେଟ, କ୍ୟାଲସିୟମ, ଫସଫରସ, ଭିଟାମିନ୍-ଏ ବ୍ୟତିତ ଅନେକ ଗୁଡିଏ ମହତ୍ୱପୂର୍ଣ୍ଣ ଗୁଣ ରହିଛି । ଯାହା ଶରୀର ପାଇଁ ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ଆଖୁ ରସ ପିଇବାର ଫାଇଦା ବିଷୟରେ..
– ଖରାଦିନେ ଅନେକ ଲୋକଙ୍କର ମୂତ୍ର ସମ୍ବନ୍ଧୀୟ ସମସ୍ୟା ଉପୁଜିଥାଏ । ପରିଶ୍ରା ସମୟରେ ଜଳାପୋଡା, ଯନ୍ତ୍ରଣା ଆଦି ଅନୁଭବ ହୋଇଥାଏ । ସେଥିପାଇଁ ଆଖୁ ରସ ପିଇବା ଉଚିତ୍ ।
– ଆପଣଙ୍କ ଯକୃତ ଦୁର୍ବଳ ହେବା ଉଚିତ୍ ନୁହେଁ, ସୁସ୍ଥ ରହିବା ପାଇଁ, ଏକ ଗ୍ଲାସ୍ ଆଖୁ ରସରେ ଲେମ୍ବୁ ମିଶାଇ ଦିନକୁ ଦୁଇଥର ପିଅନ୍ତୁ । ଆଖୁ ରସ ଶରୀରରେ ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରେ ଯାହା ଦ୍ୱାରା ଯକୃତକୁ କ୍ଷତି ପହଁଚାଇବାରେ ରୋକାଯାଇପାରିବ ।
– ଜ୍ୱର ହେଲେ ଆଖୁ ରସ ପିଇବା ଉଚିତ୍ । ଶରୀରରେ ପ୍ରୋଟିନର ଅଭାବ ହେତୁ ଜ୍ୱର ସମୟରେ ଯନ୍ତ୍ରଣା ଏବଂ ଦୁର୍ବଳତା ଅନୁଭବ ହୁଏ । ଆଖୁ ରସ ପିଇଲେ ଶରୀରରେ ପ୍ରଚୁର ପରିମାଣର ପ୍ରୋଟିନ୍ ମିଳିଥାଏ । ଏଥିରେ ଅତ୍ୟାବଶ୍ୟକ ଆଣ୍ଟି-ଅକ୍ସିଡାଣ୍ଟ ମଧ୍ୟ ରହିଥାଏ ଯାହା ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିଥାଏ । ଜ୍ୱରରେ ବରଫ ଥିବା ଆଖୁ ରସ ପିଅନ୍ତୁ ନାହିଁ ।
– ଯଦି ଆପଣଙ୍କ ଦାନ୍ତ ଖରାପ ହେବା ହେତୁ ପାଟିୁ ଦୁର୍ଗନ୍ଧ ବାହାରୁ ଥାଏ ତେବେ ଆପଣଙ୍କୁ ଆଖୁ ରସ ପିଇବା ଉଚିତ୍ । କାରଣ ଆଖୁ ରସରେ କ୍ୟାଲସିୟମ ଏବଂ ଫସଫରସ ରହିଛି ଯାହାଦ୍ୱାରା ଦାନ୍ତ ସମସ୍ୟା ଦୂର ହୋଇପାରିବ ଏବଂ ଦୁର୍ଗନ୍ଦ ଦୂର ହେବ । ଏହାସହିତ ଶରୀରରେ ପୋଷକ ତତ୍ୱ ଅଭାବ ହେତୁ ପାଟିରୁ ଦୁର୍ଗନ୍ଧ ଆସିପାରେ ସେଥିପାଇଁ ଆଖୁ ରସ ପିଇବା ଉଚିିତ୍ ।
– ଯଦି ଆପଣଙ୍କର ପେଟ ସଠିକ୍ ଭାବରେ ସଫା ହୋଇନଥାଏ ତେବେ ଆପଣ ଆଖୁ ରସ ପିଇବା ଉଚିତ୍ ।