ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଟୀକାକରଣ ନିମନ୍ତେ ପଞ୍ଜିକୃତ କରିବା ସମୟରେ ଯଦି ଆପଣ ନାଁ, ଜନ୍ମତିଥି ବା ଅନ୍ୟ କୌଣସି ତଥ୍ୟ ଭୁଲ ଦେଇଥିବେ ତେବେ ବିଲକୁଲ ଚିନ୍ତିତ ହୁଅନ୍ତୁ ନାହିଁ । ଏହାର ସାମାଧାନ ରାସ୍ତା ବାହାର କରିଛନ୍ତି ସରକାର । ଯଦି ଟୀକାକରଣ ସାର୍ଟିଫିକେଟରେ କୌଣସି ପ୍ରକାରର ତ୍ରୁଟି ରହି ଯାଇଥାଏ ତେବେ ତାକୁ ଆପଣ କୋୱିନ ପୋର୍ଟାଲକୁ ଯାଇ ସଂଶୋଧନ କରିପାରିବେ ।
କେବଳ ଗୋଟେଥର ହିଁ ତ୍ରୁଟି ସଂଶୋଧନ କରିପାରିବେ । ବାରମ୍ବାର ସଂଶୋଧନ କରିବାର ବିକଳ୍ପ ବର୍ତ୍ତମାନ ପୋର୍ଟାଲରେ ଉପଲବ୍ଧ ନାହିଁ ।
ସେଥିପାଇଁ ସର୍ବପ୍ରଥମେ କୋୱିନ ପୋର୍ଟାଲ ଖୋଲି ନିଜର ପଞ୍ଜିକୃତ ମୋବାଇଲ ନଂ ଦେଇ ନିଜ ଆକାଉଣ୍ଟ ଖୋଲିବାକୁ ହେବ । ଏହାପରେ ଆପଣଙ୍କୁ ତିନୋଟି ଅପ୍ସନ ଦେଖାଯିବ । ସେଥିରେ ଆପଣ ଆପଣଙ୍କ ସମସ୍ୟା ଅନୁଯାୟର ଅପ୍ସନ ଚୟନ କରି ସଠିକ ତଥ୍ୟ ଦେବାକୁ ହେବ ।
ଟିକା ନେବା ପରେ ହିତାଧିକାରୀଙ୍କୁ ସାର୍ଟିଫିକେଟ୍ ଦିଆଯାଉଛି । ଯେଉଁଥିରେ ଟିକା ନେଇଥିବା ବ୍ୟକ୍ତିଙ୍କ ନାମ, ଠିକଣା ଓ ଟିକା ତାରିଖ ଉଲ୍ଲେଖ ରହୁଛି । ସେଥିରେ ଭୁଲ୍ ଥିଲେ ଏଣିକି ସଂଶୋଧନ କରିହେବ ।