ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଅନେକ ସମୟରେ କିଛି ଲୋକଙ୍କୁ ମନ୍ଦିର ଚାରିପଟରେ ପରିକ୍ରମା କରୁଥିବାର ଆପଣ ଦେଖିଥିବେ । କିମ୍ବା ଆପଣ ନିଜେ ମଧ୍ୟ ପରିକ୍ରମା କରିଥିବେ । ଏହାବ୍ୟତୀତ କିଛି ଲୋକ ସକାଳୁ ସୂର୍ଯ୍ୟଙ୍କୁ ପୂଜା କରିବା ସମୟରେ ଗୋଲ ଗୋଲ ବୁଲିଥାନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏଭଳି ପରିକ୍ରମା କରିବା ପଛରେ କାରଣ କ’ଣ ହୋଇଥାଇ ପାରେ । ଆଜି ଆମେ ଆପଣଙ୍କୁ ଏହାର କାରଣ ବଷୟରେ ଅବଗତ କରାଇବୁ, ହୁଏତ କିଛି ଲୋକ ଏ ବିଷୟରେ ଜାଣିଥିବେ ।
ଧାର୍ମିକ ଅନୁଯାୟୀ, ମନ୍ଦିର ଏବଂ ଭଗବାନଙ୍କ ଚର୍ତ୍ତୁପାଶ୍ୱର୍ରେ ପରିକ୍ରମା କରିବା ଦ୍ୱାରା ସକରାତ୍ମ ଶକ୍ତି ଶରୀରରେ ପ୍ରବେଶ କରିଥାଏ । ଏବଂ ଶାନ୍ତି ଅନୁଭବ ହୋଇଥାଏ । ଏହାବ୍ୟତୀତ ଖାଲି ପାଦରେ ପରିକ୍ରମା କରିବା ଦ୍ୱାରା ଅଧିକ ମାତ୍ରାରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ।
ଯେତେବେଳେ ଭଗବାନ ଗଣେଶ ଭାଇ କାର୍ତ୍ତିକଙ୍କ ସହିତ ସୃଷ୍ଟିରେ ଚକ୍କର ଲଗେଇବା ପାଇଁ ସର୍ତ୍ତ ରଖିଥିଲେ, ସେତେବେଳେ ସେ ନିଜର ଚତୁରତା ବୁଦ୍ଧି ଖଟାଇ ପିତା ଶିବ ଏବଂ ମାତା ପାର୍ବତୀଙ୍କ ଚର୍ତୁପାଶ୍ୱର୍ରେ ପରିକ୍ରମା କରିଥିଲେ । ଏବଂ ତାପରେ ସେ ବିଜୟଲାଭ କରିଥିଲେ । କାରଣ ସାରା ସୃଷ୍ଟି ମାତା ପିତାଙ୍କ ଚରଣରେ ହିଁ ଥାଏ । ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ପୂଜା କରି ସାରିବା ପରେ ସଂସାରର ସୃଷ୍ଟିକିର୍ତ୍ତାଙ୍କ ଚର୍ତୁପାଶ୍ୱର୍ରେ ପରିକ୍ରମା କରିଥାନ୍ତି । ଏହାବ୍ୟତୀତ କୁହାଯାଏ କି ପରିକ୍ରମା କରିବା ଦ୍ୱାରା ଘରେ ସୁଖ ଶାନ୍ତି ବଳବତ୍ତର ରହିବା ସହିତ ଧନ ସଂପତ୍ତି ବୃଦ୍ଧି ହୋଇଥାଏ ।