ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ସରକାରଙ୍କ ବଡ ନିଷ୍ପତି । କରୋନା ସଂକ୍ରମଣ ହ୍ରାସ ହେବା ପରେ ଏବେ କଟକଣା କୋହଳ କରିଛନ୍ତି ସରକାର । ଜୁଲାଇ ୧ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ ଜାରି ରହିବ । ଏହି ଅବସରରେ ରାଜ୍ୟକୁ ଦୁଇଟି କ୍ୟାଟେଗୋରିରେ ବିଭକ୍ତ କରିଛନ୍ତି ସରକାର । ଦକ୍ଷୀଣ ଓଡିଶା ଓ ପଶ୍ଚିମ ଓଡିଶାର ଜିଲ୍ଲାଗୁଡିକରେ କଟକଣା ଅଧିକ କୋହଳ କରାଯାଇଛି । ୧୭ ଜିଲ୍ଲାରେ କଟକଣା ଅଧିକ କୋହଳ କରାଯାଇଛି । ୧୭ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ଦୋକାନ ବଜାର ଖୋଲାରହିବ । ୧୭ ଜିଲ୍ଲା ମଧ୍ୟରେ ସିନ୍ଦରଗଡ, ଝାରସୁଗୁଡା , ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଳାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନାଗିରି ଏବଂ ରାୟଗଡା ରହିଛି ।
ସେହିପରି ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ୧୩ ଟି ଜିଲ୍ଲାରେ ଦୋକାନ ଖୋଲା ରହିବ । ଏହି ୧୩ଟି ଜିଲ୍ଲା ମଧ୍ୟରେ ଖୋର୍ଦ୍ଧା, ପୁରୀ , ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ,ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଏବଂ କେନ୍ଦୁଝର ରହିଛି । କିନ୍ତୁ ପୂର୍ବଭଳି ସପ୍ତାହନ୍ତ ସଟଡାଉନ ଜାରି ରହିବ ।