ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ହଳଦୀପଡିଆ ବସ୍ତିରେ ଚଢ଼ାଉ । ଅଚାନକ ରେଡ ମାରି ଲକ୍ଷ୍ମୀସାଗର ଥାନା ପୁଲିସ ସେଠାରୁ ୧୩ଗ୍ରାମ ବ୍ରାଉନସୁଗର ସମେତ ନଗଦ ୮୭ ହଜାର ଟଙ୍କା, ମୋବାଇଲ ଓ ବାଇକ ଆଦି ଜବତ କରିଛି । ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ତୁଳସୀ ଦାସ ଓ ରମେଶ ଦାସ ।
ଢ଼େରଦିନ ହେବ ଏମାନେ ସ୍ଥାନୀୟ ଅଞ୍ଚଳରେ ଚୋରା ବ୍ରାଉନସୁଗର ବ୍ୟବସାୟ କରୁଥିବା ନେଇ ସୂଚନା ପାଇଥିଲା ପୁଲିସ । ବାସ ଏହାପରେ ପୂରା ଘଟଣା ଉପରେ ପୁଲିସ ନଜର ରଖିଥିଲା । ଗତକାଲି ବିଳମ୍ବିତ ରାତିରେ ଖୋଦ ଥାନା ଅଧିକାରୀ ଅଚାନକ ସେଠାରେ ଚଢ଼ାଉ କରିଥିଲେ । ସୂଚନାଯୋଗ୍ୟ, ଆଇଆଇସିଙ୍କ ଆସିବା ପରେ ଲଗାତାର ଭାବେ ହଳଦୀପଡିଆ ବସ୍ତିରେ ଚଢ଼ାଉ ଜାରି ରହିଛି ।
ଏହି ବସ୍ତିରେ ଚୋରା ନିଶା କାରବାରକୁ ନେଇ ଲୋକଙ୍କ ଚିନ୍ତା ବଢ଼ିଯାଇଥିବା ବେଳେ ଆଇଆଇସିଙ୍କ ଏଭଳି ରେଡ ସାଧାରଣ ଲୋକଙ୍କୁ ଆସ୍ୱସ୍ତି କରିଛି । ଆଗକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ଦୟାନିଧି ନାୟକ ।