ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହିନ୍ଦୁଧର୍ମ ତଥା ଭାରତୀୟ ସଂସ୍କୃତିରେ ଗଙ୍ଗା ନଦୀକୁ ସବୁଠାରୁ ପବିତ୍ର ନଦୀ ବୋଲି କୁହାଯାଇଥାଏ । ଗଙ୍ଗାକୁ ପାପନାଶିନୀ ତଥା ମୋକ୍ଷଦାୟିନୀ ବୋଲି ମଧ୍ୟ କୁହାଯାଇଥାଏ । ମାନ୍ୟତି ରହିଛି କି ଗଙ୍ଗା ନଦୀରେ ସ୍ନାନ କରିବା ଦ୍ୱାରା ବ୍ୟକ୍ତିଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ ।
ପୌରାଣିକ ମାନ୍ୟତାନୁସାରେ , ବ୍ରହ୍ମାଙ୍କ କମଣ୍ଡଳରେ ବିରାଜିତ ଗଙ୍ଗାନଦୀ । ଭଗବାନ ବିଷ୍ଣୁଙ୍କ ପାଦ ଦେଇ ବାହାରି ଭଗବାନ ଷିବଙ୍କ ଜଟା ଦେଇ ଧରାପୃଷ୍ଠରେ ଅବତରଣ କରିଥାନ୍ତି ଗଙ୍ଗା । ଗଙ୍ଗାଙ୍କ ଏହି ଅବତରଣ ଦିବସକୁ ଗଙ୍ଗା ଦଶହରା ବୋଲି କୁହାଯାଇଥାଏ । ସେହିପରି ଆଜି ହେଉଛି ଗଙ୍ଗା ଦଶହରା । ଏହି ଦିନ ଗଙ୍ଗା ସ୍ନାନର ବିଶେଷ ମହତ୍ୱ ରହିଛି ।
ଜ୍ୟେଷ୍ଠମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ପାଳିତ ହୁଏ ଗଙ୍ଗା ଦଶହରା । ଏହିଦିନ ପ୍ରାତଃ କାଳରୁ ଗଙ୍ଗା ନଦୀରେ ସ୍ନାନ କରିବା ଦ୍ୱାରା ବ୍ୟକ୍ତି ପାପ ମୁକ୍ତ ତଥା ମୋକ୍ଷର ଅଧିକାରୀ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି । କରୋନା ଯୋଗୁଁ ଗଙ୍ଗା ନଦୀରେ ସ୍ନାନ ସମ୍ଭବ ହୋଇନଥିବାରୁ ଘରେ ହିଁ ଗଙ୍ଗାଗଳ ମିଶାଇ ସ୍ନାନ କରିବା ଦ୍ୱାରା ଗଙ୍ଗା ସ୍ନାନ ସମାନର ପୂଣ୍ୟ ପ୍ରାପ୍ତି ହୋଇଥାଏ ।
ଧର୍ମାଚାର୍ଯ୍ୟ ଅନୁଯାୟୀ, ଯେଉଁଦିନ ଗଙ୍ଗାମାତା ଧରାପୃଷ୍ଠରେ ଅବତରଣ କଲେ ସେହିଦିନ ଏକସଙ୍ଗରେ ଦଶଟି ଶୁଭ ଯୋଗ ହୋଇଥିଲା । ବିଶ୍ୱାସ ରହିଛି କି, ଗଙ୍ଗା ଦଶହରାରେ ଯେଉଁ ବ୍ୟକ୍ତି ଗଙ୍ଗାରେ ସ୍ନାନ କରନ୍ତି ସେ ଦଶ ପ୍ରକାରର ପାପରୁ ମୁକ୍ତ ହୋଇଥାନ୍ତି । ସେହି ପାପଗୁଡିକ ହେଉଛି, ବ୍ୟଭିଚାର, ହିଂସା, ଅସତ୍ୟ ଭାଷଣ, ଚୋରୀ, ଅପବାଦ, ସମ୍ପତି ଦଖଲ କରିବା, ଅନ୍ୟର କ୍ଷତି କରିବା, କାହାରି ଅନିଷ୍ଠ କରିବା, ମିଥ୍ୟା ଅଭିଯୋଗ ଇତ୍ୟାଦି । ଗଙ୍ଗା ଦଶହରା ଦିନ ସ୍ନାନ ସାରି ଦାନ କରିବା ପୂଣ୍ୟ ହୋଇଥାଏ ।