ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସର ସାଂସଦ ତଥା ଅଭିନେତ୍ରୀ ନୁସରତ୍ ଜହାଁ ଗତ କିଛି ଦିନ ହେବ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ନିଜ ବିବାହକୁ ନେଇ ଆଶ୍ଚର୍ଯ୍ୟକର ଖୁଲାସା କରିଥିଲେ ନୁସରତ । ସେବେଠୁ ସେ ଲଗାତର ଭାବେ ଚର୍ଚ୍ଚାରେ ରହି ଆସୁଛନ୍ତି । କିନ୍ତୁ ନୁସରତ ଲଗାତର ଭାବେ ସୋସିଆଲ ମିଡିଆରେ ଆକ୍ଟିଭ ରହିବା ସହିତ ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି । ପ୍ରାୟତଃ ବିଜ୍ଞାପନ ଫଟୋ ସେୟାର କରୁଥିବାର ନଜରକୁ ଆସୁଛନ୍ତି ।
ସେହିପରି ନୁସରତ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ ଗର୍ଭ ନିରୋଧକ ଔଷଧର ବିଜ୍ଞାପନ କରୁଥିବାର ଦେଖିବାକୁ ମିଳୁଛି । ଏହି ବିଜ୍ଞାପନ ଫଟୋରେ ନୁସରତ୍ ତାଙ୍କ ମଥାରେ ସିନ୍ଦୁର ଲଗାଇଛନ୍ତି । ଏହି ଫଟୋକୁ ଦେଖି ୟୁଜର୍ସ ଭଡକି ଯାଇଛନ୍ତି ଏବଂ ଅଭିନେତ୍ରୀଙ୍କ ପୋଷ୍ଟରେ ଗାଳି କରିବା ଆରମ୍ଭ କରିଦେଇଛନ୍ତି । ୟୁଜର୍ସ କହିଛନ୍ତି କି, ଯଦି ବିବାହ ମାନ୍ୟ ନୁହେଁ ତେବେ ସିନ୍ଦୁରର ଅପମାନ କାହିଁକି ।
ନିଖିଲ ଜୈନଙ୍କ ସହିତ ବିବାହକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଅଭିନେତ୍ରୀଙ୍କ ସିନ୍ଦୁରକୁ ନେଇ ଟ୍ରୋଲ କରିଛନ୍ତି ୟୁଜର୍ସ । ସେହିପରି ଜଣେ ୟୁଜର୍ସ ଲେଖିଛନ୍ତି କି, କେଉଁ ଦୁଃଖରେ ସିନ୍ଦୁର ଲଗେଇଛ? ଆପଣ ନିଜେ କହିଥିଲେ ଆପଣ ବିବାହିତା ନୁହଁନ୍ତି । ପୁଣି ଏ ସିନ୍ଦୁର କାହିଁକି? ଏହିଭଳି ଭାବେ ଅନେକ ୟୁଜର୍ସ ନୁସରତଙ୍କ ମଥାରେ ସିନ୍ଦୁରକୁ ନେଇ ପ୍ରଶ୍ନ କରିଛନ୍ତି ।