ପୁରୀ (ଏଟିଆର ବ୍ୟୁରୋ): ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ ନୀତି ଶେଷ ହେବା ପରେ ଆରମ୍ଭ ହୋଇଥିଲା ଛେରାପହଁରା ନୀତି । ମୁଦିରସ୍ତ ସେବକଙ୍କ ଦ୍ୱାରା ଛେରାପହଁରା ନୀତି ସମ୍ପନ୍ନ ହେବା ପରେ ସେବାୟତଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜ ବେଶ । ଏବେ ସମ୍ପନ୍ନ ହୋଇଛି ଶ୍ରୀଜିଉଙ୍କ ଗଜାନନ ବେଶ । ସ୍ନାନବେଦୀରେ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।
କରୋନା କଟକଣା ଭିତରେ ଚତୁର୍ଦ୍ଧାମୂର୍ତ୍ତିକ ଗଜବେଶ ଅନୁଷ୍ଠିତ ହୋଇଛି । ବିନା ଭକ୍ତରେ ସ୍ନାନବେଦୀରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାବିଗ୍ରହ ।