ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା । ଦିବ୍ୟସ୍ନାନ କରିବା ଲାଗି ସ୍ନାନ ବେଦୀରେ ବିଜେ କରିଛନ୍ତି ଚର୍ତ୍ତୁଦ୍ଧା ମୂର୍ତ୍ତି । ପାରମ୍ପରିକ ରୀତି ବେଦଧ୍ୱନି ପୂର୍ବକ ୧୦୮ କଳସ ଜଳରେ ସ୍ନାନ କରିବେ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନ । ବର୍ଷକରେ ଥରେ ମାତ୍ର ଶ୍ରୀଜିଉଙ୍କୁ ଜଳ ସ୍ନାନ କରାଯାଏ । ସ୍ନାନମଣ୍ଡପରେ ଦିବ୍ୟସ୍ନାନ କରିବା ପରେ ଭକ୍ତମାନଙ୍କୁ ହାତୀ ବେଶରେ ଦର୍ଶନ ଦେବେ ମହାପ୍ରଭୁ ।
ଶ୍ରୀକ୍ଷେତ୍ରରେ ପୁରୀରେ ଝିପି ଝିପି ବର୍ଷା ହେଉଥିଲେ ମଧ୍ୟ ଲକ୍ଷ ଲକ୍ଷ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳୁଛି । ମହାପ୍ରଭୁଙ୍କ ସ୍ନାନ ସରିବା ପରେ ଅପରାହ୍ନ ୪ଟାରେ ଗଜାନନ ବେଶ ଏବଂ ସନ୍ଧ୍ୟା ୭.୩୦ ରୁ ୯.୩୦ ପର୍ଯ୍ୟନ୍ତ ଶାହାଣମେଲା ଦର୍ଶନ କରିପାରିବେ ଭକ୍ତ ।