ମୟୁରଭଞ୍ଜ (ଏଟିଆର ବ୍ୟୁରୋ ) ; ଛତୁ ନେଲା ୨ ଜୀବନ । ବିଷାକ୍ତ ଛତୁ ଖାଇ ମୃତ୍ୟୁ ମୁଖରେ ପଡିଲେ ଦିଅର ଭାଉଜ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକର ଫୁଲଝରି କଇଁଫୁଲିଆ ଗ୍ରାମରେ । ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତୀ ହୋଇଛନ୍ତି । ସୁଚନା ଅନୁଯାୟୀ , ଗତକାଲି ରାତିରେ ଫୁଲଝରି କଇଁଫୁଲିଆ ଗ୍ରାମର ଫୁଦନ ମାଝି ଓ ତାଙ୍କ ଭାଉଜ ଲକ୍ଷ୍ମୀ ମାଝି ଘରେ ଛତୁ ତରକାରୀ ବନାଇଥିଲେ .ଯାହାକୁ ଖାଇଥିଲେ ସମସ୍ତ ପରିବାର ଲୋକେ । ଦିଅର ଫୁଦନଙ୍କ ସହ ନିଜ ସ୍ୱାମୀ ଓ ପୁଅକୁ ମଧ୍ୟ ଛତୁ ତାରକାରୀ ଖାଇବାକୁ ଦେଇଥିଲେ ଲକ୍ଷ୍ମୀ । ବିଷାକ୍ତ ଛତୁ ତରକାରୀକୁ ଖାଇବା ପରେ ସମସ୍ଥ ପରିବାର ଲୋକେ ଛାଡାବାନ୍ତିରେ ପଡିଥିଲେ । ତେବେ ଗୁରୁତର ଦିଅର ଏବଂ ଭାଉଜଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯିବା ପୁର୍ବରୁ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ଗୁରୁତର ଅବସ୍ଥାରେ ଲକ୍ଷ୍ମୀଙ୍କ ସ୍ୱାମୀ ଓ ପୁଅକୁ ପ୍ରଥମେ ସ୍ଥାନୀୟ ବେତନଟୀ ଡାକ୍ତରଖାନା ଓ ପରେ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ଏବେ ସୁଧାର ଆସିଥିବା ଜଣା ପଡିଛି । ଅନ୍ୟପଟେ ଫୁଲଝରି କଇଁଫୁଲିଆ ଗ୍ରାମରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି । ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024