ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ମହୋଦଧିରେ ଜନନାୟକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅସ୍ଥି ବିଷର୍ଜନ ହେବ । ଏନେଇ ବିଜେପି କର୍ମୀ ଅସ୍ଥିକୁ ନେଇ ବିଜେପି କାର୍ଯ୍ୟାଳୟରୁ ବାହାରି ଶୋଭାଯାତ୍ରାରେ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି ।
ମହାମାନବଙ୍କ ବିୟୋଗ ପରେ ତାଙ୍କ ପାଳିତା କନ୍ୟା ଅସ୍ଥିକୁ ସଂଗ୍ରହ କରି ପ୍ରଥମେ ହରିଦ୍ୱାରର ଗଙ୍ଗାନଦୀରେ ବିଷର୍ଜନ କରିଥିଲେ । ତାପରେ ଏହି ଅସ୍ଥିକୁ ଏକ ଶହରୁ ଉର୍ଦ୍ଧ ନଦୀରେ ବିଷର୍ଜନ କରାଯିବାର କାର୍ଯ୍ୟକ୍ରମ କରାଯାଇଥିଲା ।
ଗତ ୨୨ ତରିଖ ଦିନ ଓଡିଶାରେ ପହଁଚିଥିଲା ଅଟଳଙ୍କ ଅସ୍ଥି କଳସ । ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟରେ ରଖାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ।