ଭୁବନେଶ୍ୱର (ଏଟିଆର ବ୍ୟୁରୋ); କରୋନାକୁ ମାତ୍ ଦେବା ପାଇଁ ଟୀକା ଏକମାତ୍ର ଅସ୍ତ୍ର ହୋଇଥିବା ବେଳେ ଏବେ ପୁଣି ଓଡିଶାରେ ଦେଖାଦେଇଛି ଟୀକା ଅଭାବ । ଯେଉଁଥିପାଇଁ ବନ୍ଦ ରହିଛି ଟୀକାକରଣ । ରାଜ୍ୟରେ ଆବଶ୍ୟକ କୋଭିସିଲ୍ଡ ଟୀକା ଉପଲବ୍ଧ ନଥିବା ହେତୁ ଆଜି ଦୁଇଟି ଜିଲ୍ଲା ତଥା ବାଲେଶ୍ୱର ଓ କେନ୍ଦ୍ରପଡାରେ ଟୀକାକରଣ ବନ୍ଦ ରହିଛି ।
ରାଜ୍ୟରେ ବର୍ତ୍ତମାନ ଏକ ଏକ୍ଷ ତେର ହଜାର ଆଠଶହ ତିରିଶ ଡୋଜ କୋଭିସିଲ୍ଡ ଟୀକା ଉପଲବ୍ଧ ଅଛି । ଏହାଦ୍ୱାରା ବ୍ୟାପକ ଟୀକରଣ ହୋଇ ପାରିବ ନାହିଁ ।
ଅନ୍ୟପଟେ ରାଜ୍ୟରେ ଟୀକାର ଅଭାବ ହେତୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏହାସହିତ ଖୁବ୍ ଶୀଘ୍ର ରାଜ୍ୟକୁ ୬ ଲକ୍ଷ ଡୋଜ କୋଭିସିଲ୍ଡ ଟୀକା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।