ପୁରୀ (ଏଟିଆର ବ୍ୟୁରୋ): ସ୍ନାନପୂର୍ଣ୍ଣିମାରେ ମହାସ୍ନାନ ସାରି ଜ୍ୱରରେ ପୀଡିତ ହୋଇ ଜ୍ୱରରେ ପୀଡିତ ଥିବା ଶ୍ରୀଜିଉ ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ସେହିପରି ଅଜି ଅଣସରର ଦଶମି ତିଥି । ଏହି ଅବସରରେ ଚକାବିଜେ କରିବେ ମଣିମା । ଅନ୍ୟପଟେ ରାଜବୈଦ୍ୟଙ୍କ ଦ୍ୱାରା ଦଶମୂଳ ମୋଦକ ପ୍ରସ୍ତୁତ ହେଉଛି ।
ଦଶମୀ ଅବସରରେ ଶ୍ରୀମନ୍ଦିରେ ଦାଖଲ ହେବ ଦଶମୂଳ । ମହାପ୍ରଭୁଙ୍କ ଗୁପ୍ତ ସେବାରେ ଦଶମୂଳ ମୋଦକ ଏକାଦଶି ତିଥିରେ ଲାଗି ହେବାର ବିଧି ରହିଛି । ସମସ୍ତ ଗପ୍ତସେବା ସରିବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ । ଏହାପରେ ନବଯୌବନ ଦର୍ଶନରେ ଭକ୍ତଙ୍କୁ ଦର୍ଶନ ଦେବେ ।