ମୁମ୍ବାଇ (ଏଟିଆର ବ୍ୟୁରୋ):ମୁମ୍ବାଇର ଘାଟକୋପର ଇଲାକାରେ ଚାଟାର୍ଡ ବିମାନ କ୍ରାସ୍ । ଏକ ନିର୍ମାଣଧିନ ବିଲ୍ଡିଙ୍ଗ ଉପରେ ବିମାନଟି ଖସି ପଡିଥିବାର ସୂଚନା ମିଳିଛି ।
ମିଳିଥିବା ରିପୋର୍ଟ ଅନୁଯାୟୀ ବିମାନଟି ଉତ୍ତର ପ୍ରଦେଶ ସରକାରଙ୍କର ବୋଲି ଜାଣିବାକୁ ମିଳିଛି ।
ପ୍ରତ୍ୟକ୍ଷଦର୍ଶିଙ୍କ କହିବାନୁଯାୟୀ, ଏହି ଚାଟାର୍ଡ ବିମାନଟି ପ୍ରଥମେ ରାସ୍ତା ଉପରେ ପଡିବା ପରେ ଯାଇ ବିଲଡିଙ୍ଗ୍ ରେ ମାଡ ହୋଇଥିଲା । ତା’ପରେ ବିମାଟି ଜଳି ଯାଇଥିଲା ।
ଖବରପ୍ରକାଶ ହେବା ପରେ ଘଟଣାସ୍ଥଳରେ ଦମକଳ ବାହିନୀ ଏବଂ ଉଦ୍ଧାରକାରୀ ଟିମ୍ ପହଁଚିଛନ୍ତି ।