ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚଳିତବର୍ଷ କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦିଆଯଇଛି । ଆଉ ମାତ୍ର କେଇଟା ଦିନ ପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ସେଥିପାଇଁ ସମସ୍ତ ପ୍ରସ୍ତୁତି ଜୋରସୋରେ ଆଗେଇ ଚାଲିଛି । ସେହିପରି କିଭଳି ଭାବେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିବେ ।
ଭର୍ଚୁଆଲି ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ଅଧିକାରୀଙ୍କୁ ରଥଯାତ୍ରାର ସମସ୍ତ ପ୍ରସ୍ତୁତି ବିଷୟରେ ପଚାରି ବୁଝିବେ । ଏହି ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟ ସଚିବ, ବିଭିନ୍ନ ବିଭାଗୀୟ ସଚିବଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସପି ଉପସ୍ଥିତ ରହିବେ ।
ଚଳିତବର୍ଷ କରୋନା ପାଇଁ ବିନା ଭକ୍ତରେ କେବଳ ପୁରୀରେ ହେବ ରଥଯାତ୍ରା । କୋଭିଡ ନିୟମ ପାଳନ କରି ଶୃଙ୍ଖଳାରେ କିଭଳି ରଥଯାତ୍ରା କରାଯିବ ସେନେଇ ପ୍ରସ୍ତୁତି ଚାଲିଛି ।