ପୁରୀ (ଏଟିଆର ବ୍ୟୁରୋ): ରଥରେ ଗଜପତି ମହାରାଜାଙ୍କ ଦ୍ୱାରା ଛେରା ପହଁରା ନୀତି ସମ୍ପନ୍ନ ହେବା ପରେ ଚାରମାଳ ଖୋଲାଯାଇ ଅଶ୍ୱ ଯୋଜା ଯାଇ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମେ ବଡ ଭାଇ ବଳଭଦ୍ରଙ୍କ ରଥ ଟଣା ଯିବା ପରେ ତାଙ୍କ ପଛେ ପଛେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ରଟା ଆରମ୍ଭ ହୋଇଛି ।
ବଡ ଭାଇଙ୍କ ପଛେ ପଛେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡକୁ ମାଡି ଚାଲିଛନ୍ତି ଦେବୀ ସୁଭଦ୍ରା । ସେବାୟତମାନେ ମାଙ୍କ ରଥକୁ ଟାଣି ନେଉଛନ୍ତି ।
ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ରଥ ଟଣା ପ୍ରକ୍ରିୟା ଆରମ୍ଭ ହୋଇଛି । ସବୁ ସେଇ ଲୀଳାମୟଙ୍କ ଇଛା । ତାଙ୍କ ଇଛାରେ ସବୁକିଛି ସୁରୁଖୁରୁରେ ଆଗୁଆ ଆଗୁଆ ହୋଇ ଚାଲିଛି ।