ମୁମ୍ବାଇ (ଏଟିଆର ବ୍ୟୁରୋ): ଲୋକପ୍ରିୟ ସିରିଏଲ ‘ବାଳିକା ବଧୂ’ ର ଦାଦି ସା ଓରଫ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ପରଲୋକ ଘଟିଛି । ୭୫ ବର୍ଷ ବୟସରେ ମୁମ୍ବାଇରେ ହୃଦଘାତରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳି ଯାଇଛି ।
ସୁରେଖାଙ୍କ ମୃତ୍ୟୁ ଖବର ତାଙ୍କ ମ୍ୟାନେଜର ପୃଷ୍ଟି କରିଛନ୍ତି । ସେ କହିଛନ୍ତି କି, ଦୁଃଖର ବିଷୟ ହେଉଛି ଆଉ ନାହାନ୍ତି ସୁରେଖା ଜୀ । ୭୫ ବର୍ଷ ବୟସରେ ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଛି । ଦ୍ୱିତୀୟ ଥର ବ୍ରେନ ଷ୍ଟ୍ରେକ ହେବା ପରେ ସେ ଖୁବ୍ ଚିନ୍ତିତ ଥିଲେ । ସେ ଦୀର୍ଘ ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।