ପୁରୀ (ଏଟିଆର ବ୍ୟୁରୋ): ଗତକାଲି ହେରାପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ଆଜି ଶ୍ରୀଜିଉଙ୍କ ତିନି ରଥର ହେବ ଦକ୍ଷୀଣ ମୋଡ । ନାକଚଣା ଦ୍ୱାର ସାମ୍ନାରେ ଦଣ୍ଡାୟମାନ ହେବେ ତାଳଧ୍ୱଜ, ଦେବଦଳନ ଏବଂ ନନ୍ଦୀଘୋଷ । ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଆସିବା ପରେ ଦକ୍ଷୀଣ ମୋହ ନୀତି ଆରମ୍ଭ ହେବ ।
ପୂଜାପଣ୍ଡା ସେବକ ତିନି ରଥରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ କରିବା ପରେ ରଥରେ ଦଉଡି ସଂଯୋଗ କରାଯିବ । ଏହାପରେ ଗୋଟି ଗୋଟି କରି ତିନି ରଥକୁ ଟାଣି ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରଖାଯିବ । ସେହିପରି ପରମ୍ପରା ମୁତାବକ, ଆଜିଠୁ ଗୁଣ୍ଡିଚା ମନ୍ଦିରରେ ଆରମ୍ଭ ବାହୁଡା ଯାତ୍ରାର ପ୍ରସ୍ତୁତି ।