ପୁରୀ (ଏଟିଆର ବ୍ୟୁରୋ): ସରି ସରି ଆସୁଛି ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରାର ଲୀଳାଖେଳା । ତିନି ରଥର ଦକ୍ଷୀଣ ମୋଡ କରାଯାଇ ନାକଚଣା ଦ୍ୱାର ସମ୍ମୁଖରେ ର୍ଖାଯାଇଛି । ଏହାପରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ।
ସେହିପରି ଶ୍ରୀଜିଉଙ୍କ ବାହୁଡା ଯାତ୍ରାରେ ଯେପରି କଟକଣା ଉଲ୍ଲଂଘନ ନହେବ ସେନେଇ କଡା ପଦକ୍ଷେପ ଗ୍ରହଣ କରାଯିବ । ବଡଦାଣ୍ଡରେ ଲାଗିବ ୧୪୪ ଧାରା । ପ୍ରତ୍ୟେକ ରାସ୍ତା ଘାଟ ସିଲ ହେବା ସହ ବଡ ଦାଣ୍ଡରେ ଥିବା ଛାତ ଯାଞ୍ଚ କରାଯିବ ।
ଅନ୍ୟପଟେ ଗତକାଲି ଶ୍ରୀଜିଙ୍କ ତିନି ରଥ ଦକ୍ଷୀଣ ମୋଡ ହୋଇଛି । ଆଜ୍ଞାମାଳ ବିଜେ ହେବା ପରେ ପ୍ରଥମେ ଦର୍ପଦଳନ, ତାପରେ ତାଳଧ୍ୱଜ ଏବଂ ଶେଷରେ ନନ୍ଦୀଘୋଷ ରଥକୁ ଦକ୍ଷୀଣ ମୋଡ କରାଯାଇଥିଲା ।