ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ନବେ ଦଶକର ରୋମାଟିଂକ ଅଭିନେତା ରିଷି କପୁର ଓ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅଭିନୀତ ଫିଲ୍ମ ‘ମୁଲ୍କ’ର ଟିଜର୍ ଗୁୁରୁବାର ରିଲିଜ ହୋଇଛି । ଏଥିରେ ରିଷି ଓ ତାପସୀଙ୍କୁ କୋର୍ଟ ପରିସରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଏବଂ ତାପସୀ ଜଣେ ଓକିଲ ଭଳି ପୋଷାକ ପିନ୍ଧିଥିବାର ନଜର ଆସୁଛନ୍ତି । ଗୁରୁବାର ଉଭୟ ଷ୍ଟାର ଏହି ଫିଲ୍ମର ଟିଜର୍ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।
मुल्क काग़ज़ पे नक़्शे की लकीरौं से नहीं बँटता
– Aarti Mohammed #MulkTeaser: https://t.co/cg5vwLSGf0@chintskap @benarasmedia @prateikbabbar @MulkFilm @TrueshailendraProduced by @DeepakMukut and @anubhavsinha, Directed by #AnubhavSinha, Presented by @SohamRockstrEnt
— taapsee pannu (@taapsee) June 29, 2018
ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ସମାଜର ସତ୍ୟ ଘଟଣା ଉପରେ ଅଧାରିତ । ଏଥିରେ ସାଧାରଣ ଲୋକେ ଜୀବନରେ କିଭଳି ଭାବେ ସଂଘର୍ଷ କରୁଛନ୍ତି ସେହି ବିଷୟରେ ଦେଖିବାକୁ ପାଇବେ ଦର୍ଶକ । ଏଥିରେ ତାପସୀ ଜଣେ ଓକିଲ ଭୂମିକାରେ ଅଭିନୟ କରିଛନ୍ତି । ଅଗଷ୍ଟ ୩ରେ ‘ମୁଲ୍କ’ ରିଲିଜ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।
ଖବରମୁତାବକ, ଫିଲ୍ମ ‘ପିଙ୍କ୍’ ଜରିଆରେ ଅଭିନେତ୍ରୀ ତାପସୀଙ୍କୁ ଜଣେ ଓକିଲ ଭୂମିକାରେ ଅଭିନୟ କରୁଥିବାର ଦେଖିବାକୁ ପାଇଥିଲେ ଦର୍ଶକ । ଯାହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । କିନ୍ତୁ ଏହି ଫିଲ୍ମରେ ତାପସୀଙ୍କ ଅଭିନୟ ଦର୍ଶକଙ୍କ ମନକୁ କେତେ ଆକୃଷ୍ଟ କରିବ ତାହା ଫିଲ୍ମଟି ରିଲିଜ୍ ହେବା ପରେ ହିଁ ଜଣାପଡିବ ।