କଟକ (ଏଟିଆର ବ୍ୟୁରୋ): ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଆଜି ସନ୍ଧ୍ୟାରେ ପ୍ରକାଶ ପାଇବ । http://orissaresults.nic.inକୁ ଯାଇ ନିଜର ଫଳାଫଳ ଦେଖିପାରିବେ ଛାତ୍ରଛାତ୍ରୀ । ଏହାପରେ ଖୁବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକର ପରୀକ୍ଷା ଫଳ ଘୋଷଣା କରାଯିବ । ସେପଟେ ଫଳାଫଳ ଅପେକ୍ଷାରେ ରହିଛନ୍ତି ସାଢେ ତିନି ଲକ୍ଷ ଛାତ୍ରଛାତ୍ରୀ ।
ଯୁକ୍ତ ଦୁଇର ସମସ୍ତ ଷ୍ଟ୍ରିମର ପରୀକ୍ଷା ଫଳାଫଳ ଜୁଲାଇ ୩୧ ସୁଧା ପ୍ରକାଶ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଆବଶ୍ୟକୀୟ ଡକ୍ୟୁମେଣ୍ଟ ଯାଞ୍ଚରେ ଅଧିକ ସମୟର ଆବଶ୍ୟକତା ପଡୁଥିବାରୁ କଳା ଓ ଧନ୍ଦାମୂଳକ ର ପରୀକ୍ଷା ଫଳ ଘୋଷଣା କରିବାରେ ବିଳମ୍ବ ହୋଇଥିବାର କୁହାଯାଇଛି ।
ଉହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରାଯାଇଥିଲା । କେବଳ ବିକଳ୍ପ ମୂଲ୍ୟାୟନ ଅଧାରରେ ନମ୍ବର ଦିଆଯାଇ ଫଳାଫଳା ଘୋଷଣା କରାଯିବ ।