ନୟାଗଡ (ଏଟିଆର ବ୍ୟୁରୋ): ଯାହାକୁ ଦେଖିଲା ଖାଲି ମାରିଲା । ଉତ୍ପାତ ଏମିତି ହେଲାଣି ଯେ ଜୀବନ ନେବାକୁ ବି ପଛାଉନି । ହାତରେ ଯାହା ପଡିଲା ତାକୁ ଧରି ଆକ୍ରମଣ କଲା । ଏଭଳି ଉନ୍ମତକାଣ୍ଡ କରୁଛି ଜଣେ ପାଗଳ । ପ୍ରକୃତରେ ପାଗଳର ଏହି ପାଗାଳାମିକୁ ନେଇ ହଇଚଇ ସୃଷ୍ଟି ହୋଇଛି । ପାଗଳ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାଟି ନଜରକୁ ଆସିଛି ନୟାଗଡ ଜିଲ୍ଲା ଓଡଗାଁ ବଜାରରେ ।
ଆଜି ସକାଳୁ ଜଣେ ପାଗଳ ଯୁବକ ଓଡଗାଁ ବଜାରରେ ପଶି ଲୁହାରଡରେ ପ୍ରଥମେ ଜଣେ ଜଗୁଆଳୀଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ଜଗୁଆଳୀଙ୍କର ମୃତ୍ୟୁ ଘଟିଥିଲା । ତାପରେ ପାଗଳଟି ବଜାର ସାରା ବୁଲି ଯାହାକୁ ଦେଖିଲା ତାକୁ ଗୋଡାଇ ଗୋଡାଇ ଆକ୍ରମଣ କରିବାର ଲାଗିଲା । ପାଗଳର ଆକ୍ରମଣରେ ଜଣେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ଘଟିଛି । ଏହାସହିତ କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି । ପାଗଳର ଏଭଳି ଉନ୍ମତକାଣ୍ଡ ଦେଖି ଗାଁଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାରେ ପୋଲିସ ଟିମ୍ ପହଁଚି ବି ପାଗଳକୁ କାବୁ କରି ପାରି ନଥିଲେ । କାରଣ ପାଗଳର ପାଗଳାମି ଏତେ ମାତ୍ରାରେ ବଢି ଯାଇଥିଲା ଯେ ପୋଲିସ୍ ଟିମ୍ ବି ତାର ଆକ୍ରମଣରୁ ବାଦ୍ ପଡିନଥିଲେ । ଏଥିରେ ନିଜେ ଆଇଆଇସି ଅଫିସର ଆହତ ହୋଇଛନ୍ତି ।