ମେଘାଳୟ (ଏଟିଆର ବ୍ୟୁରୋ); ଦୀର୍ଘ ୩୪ ଦିନ ପରେ ମେଘାଳୟ କୋଉଲା ଖଣିରୁ ଗୋଟିଏ ଶବ ଜବତ କରିଛି ନୌସେନା । ଏଯାବତ ଆହୁରି ୧୪ ଜଣଙ୍କ ଶବର ସନ୍ଧାନ ମିଳିପାରି ନାହିଁ । ଅଚାନକ କୋଇଲା ଖଣିରେ ପାଣି ପଶି ଯିବାରୁ ୧୫ ଜଣ ଶ୍ରମିକ ଖଣି ଭିତରେ ଫସି ରହିଥିଲେ । ଏବେ ଏହି ଶବ ଉଦ୍ଧାର ହେବା ପରେ ଶୋକର ଛାୟା ଖେଳି ଯାଇଛି । ତେବେ ବାକି ୧୪ ଜଣଙ୍କ ଶବ ଉଦ୍ଧାର ପାଇଁ ଚେଷ୍ଟା ଜାରି ରଖିଛି ନୌସେନା । ରିମୋର୍ଟ ଚାଳିତ ବୁଡା ଯାନ ସାହାର୍ଯ୍ୟରେ ରେସ୍କ୍ୟୁ ଅପରେସନ ଚାଲିଛି ।
ସ୍ଥାନୀୟ ଶ୍ରମିକ, ଏନଡିଆରଏଫ୍ ଏବଂ ଭାରତୀୟ ନୌସେନା ରାଜ୍ୟ ବାହାରୁ ଉଡ଼ାଜାହାଜ ଯୋଗେ ମଗା ଯାଇଥିବା କେତେକ ଉପକରଣ ସହ ମଳିତ ଭାବେ ଉଦ୍ଧାର କାର୍ୟ୍ୟ ଚଳାଇ ଆସୁ ଥିଲେ। ଗତ ଡିସେମ୍ବର ୧୩ ତାରିଖ ଦିନ ମେଘାଳୟର ପୂର୍ବ ଜୈନ୍ତିଆ ପାହାଡ଼ି ଜିଲ୍ଲା ଅନ୍ତର୍ଗତ କୁହଲୂ ରିୟାଙ୍ଗକ୍ସାନ୍ ଠାରେ ଏକ ବେଆଇନ୍ ଖଣିରେ ହଠାତ୍ ପାଣି ପଶିଯିବାରୁ ଭିତରକୁ ଯାଇଥିବା ଶ୍ରମିକମାନେ ଆଉ ବାହାରି ଆସି ପାରି ନ ଥିଲେ। ଶ୍ରମିକ ମାନଙ୍କ ଉଦ୍ଧାର କାର୍ଯ୍ୟ ସନ୍ତୋଷଜନକ ନଥିବା ସୁପ୍ରିମକୋର୍ଟ ଗତ ସପ୍ତାହରେ ମେଘାଳୟ ସରକାରଙ୍କୁ କହିଥିଲେ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅପରେସନକୁ ଆହୁରି ତ୍ୱରାନିତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।