ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୀର୍ଘ ତିନି ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ । କୋଭିଡ କଟକଣା ଭିତରେ ଖୋଲିଛି ନନ୍ଦନକାନନ । ପୁଣି ଥରେ ପୂର୍ବଭଳି ଚିଡିଆଖାନାରେ ବୁଲି ପଶୁ ପକ୍ଷୀଙ୍କୁ ଦେଖି ମଜା ଉଠାଇବେ ପର୍ଯ୍ୟଟକ । ବର୍ତ୍ତମାନ ସଫରୀ ଖୋଲିବାକୁ ଅନୁମତି ନଥିବା ସହିତ ବୋଟିଂ ମଧ୍ୟ ବାରଣ ରହିଛି ।
କିନ୍ତୁ ନନ୍ଦନକାନନ ଭିତରକୁ ଥର୍ମାଲ ସ୍କ୍ରିନିଂ କରି ପର୍ଯ୍ୟଟକଙ୍କୁ ଭିତରକୁ ଛଡାଯିବା ସହିତ ଭିତରେ ପର୍ଯ୍ୟଟକମାନେ ସମସ୍ତ କୋଭିଡ ଗାଇଡଲାଇନ୍ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି । ୧୦ ବର୍ଷରୁ କମ ଏବଂ ୬୫ ବର୍ଷରୁ ଅଧିକ ବୟସ୍କଙ୍କୁ ନନ୍ଦନକାନନ ଭିତରେ ପ୍ରବେଶ ବାରଣ କରାଯାଇଛି ।