ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । କେତେବେଳେ ଖସୁଛି ତ ପୁଣି କେତେବେଳେ ବଢୁଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୨୦୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୦୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୫୦୬ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Cuttack: 173
7. Deogarh: 5
8. Dhenkanal: 15
9. Gajapati: 1
10. Ganjam: 12
11. Jagatsinghpur: 60
12. Jajpur: 57
13. Jharsuguda: 3
14. Kalahandi: 2
15. Kandhamal: 16
16. Kendrapada: 32
17. Keonjhar: 16
18. Khurda: 399
19. Koraput: 2
20. Malkangiri: 4
21. Mayurbhanj: 33— I & PR Department, Odisha (@IPR_Odisha) August 6, 2021
22. Nawarangpur: 4
23. Nayagarh: 25
24. Nuapada: 2
25. Puri: 58
26. Rayagada: 8
27. Sambalpur: 24
28. Sonepur: 3
29. Sundargarh: 20
30. State Pool: 84New recoveries: 1652
Cumulative tested: 16424645
Positive: 984731
Recovered: 965370
Active cases: 13006— I & PR Department, Odisha (@IPR_Odisha) August 6, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୧୬୫୨ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୮୪୭୩୧ ରହିଥିବା ବେଳେ ଏହି ରୋଗରୁ ୯୬୫୩୭୦ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୧୩୦୦୬ ଜଣ ଚିକିତ୍ସିତ ହେଉଛନ୍ତି ।