ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଏବେ ଧୀରେ ଧୀରେ ସବୁକିଛି ଖୋଲିବା ଆରମ୍ଭ କରିଛି । ଦୋକାନ ବଜାରଠୁ ଆରମ୍ଭ କରି ମ୍ୟୁଜିୟମ, ପ୍ଲାନେଟୋରିୟମ ଆଦି । ସେହିପରି ଆଜିଠୁ ଖୋଲୁଛି ବିଭିନ୍ନ ପ୍ଲାନେଟୋର୍ରିମ । ଯେପରିକି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ, ବୁର୍ଲାର ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ ଏବଂ ଖଣ୍ଡପଡାର ପଠାଣି ସାମନ୍ତ ସଂଗ୍ରହାଳୟ । କୋଭିଡ କଟକଣା ଭିତରେ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ଲାନେଟୋରିୟମ ।
ପ୍ଲାନେଟୋରିୟମ ଭିତରେ କୋଭିଡ ଗାଇଡଲାଇନ୍ ପାଳନ କରିବା ବାଧ୍ୟତାମୂଳକ । ଯେପରିକି ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରାଯିବ । ପରିଦର୍ଶନ ସମୟରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା ବାଧ୍ୟତାମୂଳକ । ମୁଖ୍ୟତ ଭୁବନେଶ୍ୱର ସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମ ସପ୍ତାହରେ ଶନିବାର ଓ ରବିବାର ବନ୍ଦ ରହିବ ଏବଂ ଅନ୍ୟ ସବୁଦିନ ଖୋଲା ରହିବ । ସେହିପରି ବୁର୍ଲା ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ ଏବଂ ଖଣ୍ଡପଡା ପଠାଣି ସାମନ୍ତ ସଂଗ୍ରାହଳୟ କେବଳ ସୋମବାର ବନ୍ଦ ରହିବ ବାକି ଅନ୍ୟ ସବୁଦିନ ଖୋଲା ରହିବ ।