ବାଲେଶ୍ୱର (ଏଟିଆର ବ୍ୟୁରୋ): ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ଆଜି ଦୂରଗାମୀ ସବସୋନିକ କ୍ରୁଜ ମିସାଇଲ ନିର୍ଭର ପରୀକ୍ଷଣ କରାଯାଇଛି । ସ୍ୱଦେଶୀ ଞାନକୌଶଳ ଦ୍ୱାରା ନିର୍ମିତ ଏହି କ୍ଷେପଣାସ୍ତ୍ରକୁ ଆଜି ସକାଳ ୯ ଟା ୫୩ ମିନିଟରେ ଉତକ୍ଷେପଣ କରାଯାଇଛି । ପରୀକ୍ଷା ସମୟରେ ସ୍ୱତନ୍ତ୍ର ଭାବେ ଲଗାଯାଇଥିବା ରାଡାର ମାଧ୍ୟମରେ ସଂଗୃହୀତ ତଥ୍ୟକୁ ପ୍ରତିରକ୍ଷା ବିଭାଗର ବେଜ୍ଞାନିକମାନେ ସମୀକ୍ଷା କରିଛନ୍ତି ।
ପୂର୍ବରୁ ନିର୍ଭୟ ମିସାଇଲରେ ଟର୍ବୋଫ୍ୟାନକ ଇଞ୍ଜିନ ବ୍ୟବହାର କରାଯାଉଥିବା ବେଳେ ଚଳିତ ବର୍ଷ ଏହି କ୍ଷେପଣାସ୍ତ୍ର ପରୀକ୍ଷାରେ ‘ମାଣିକା ଟର୍ବୋଫ୍ୟାନ’ ଇଞ୍ଜିନ ବ୍ୟବହାର କରାଯାଇଛି । ଏହି ନିର୍ଭୟ ମିଶାଇଲର ଓଜନ ୧୫୦୦ କିଲୋଗ୍ରାମ ହୋଇଥିବାବେଳେ ଏହାର ଲମ୍ଭ ୬ ମିଟର ଓ ମୋଟେଇ ୦.୫୨ମିଟର ଓ ଏହାର ଡେଣାର ଲମ୍ବ ୨.୭ ମିଟର ରହିଛି ।
ଏହି କ୍ଷେପଣାସ୍ତ୍ରରେ ୨ ଶହରୁ ୩ ଶହ କିଲୋମିଟର ନର୍ଯ୍ୟନ୍ତ ଉଭୟ ପାରମ୍ଭରିକ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ୧୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷଭେଦ କରିପାରୁଥିବା ଏହି ମିଶାଇଲ ବେଗ ଶଦ୍ଦର ବେଗଠାରୁ ୭ ରୁ ୯ ଗୁଣ ଅଧିକ ରହିଛି ।