ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ବିଶ୍ୱ ହସ୍ତୀ ଦିବସ ରୁପେ ପାଳନ କରାଯାଇଥାଏ । ଓଡିଶାକୁ ଏକଦା ହାତୀଙ୍କ ଏନ୍ତୁଡିଶାଳ ବୋଲି କୁହାଯାଇଥିଲା । ତେବେ ସେହି ଏନ୍ତୁଡିଶାଳ ହାତୀ ଆଜି ସୁରକ୍ଷିତ । ରାଜ୍ୟରେ କିଛି ଦିନ ହେବ କେଉଁଠି ନା କେଉଁଠି ହାତୀଙ୍କ ମୃତ୍ୟୁ ହେଉଛି । ବର୍ତ୍ତମାନ ସମୟରେ ହାତୀକୁ ନେଇ ଅନେକ ଫିଲ୍କ ଆସୁଛି ।ଯେପରିକି ହାତୀ ମେରା ସାଥୀ । କିପରି ଜଣେ ବନ୍ଧୁ ପାଇଁ ଜୀବନ ଦେବା ପାଇଁ ଏକ ଜୀବଟି ପଛାଏ ନାହିଁ । ଏହି ଚଳଚିତ୍ରରେ ଦେଖିବାକୁ ମିଳିଛି ।
ହାତୀଙ୍କ ପାଇଁ ଆଜିର ଦିନଟିଏ । ଯେଉଁଭଳି ଭାବେ ମାତା ପିତା ଦିବସ ପାଳନ କରାଯାଉଛି ଠିକ ସେହିପରି ଏ ମାନବ ସମାଜରେ ହାତୀଙ୍କ ପାଇଁ ମଧ୍ୟ ଏହି ଦିନଟି ପାଳନ କରୁଛି । ସାଧାରଣତଃ ଜନସଚେତନତା ସୃଷ୍ଟି କରିବା ପାଇଁ ହସ୍ତୀଦିବସ ପାଳନ ହୋଇଥାଏ । ଏଣୁ ପ୍ରତିବର୍ଷ ଅଜଷ୍ଟ ୧୨ ତାରିଖକୁ ବିଶ୍ୱହସ୍ତୀ ଦିବସ ଭାବେ ପାଳନ କରାଯାଉଛି । ୨୦୧୨ ମହିସା ଅଗଷ୍ଟ ୧୨ ତାରିଖରେ ପ୍ରଥମ ବିଶ୍ୱ ହସ୍ତୀଦିବସ ଭାଳେ ପାଳନ ହୋଇଥିଲା ।
୨୦୧୬ ରୁ ୨୦୧୭ ପରେ ଗତ ୫ ବର୍ଷ ମଧ୍ୟରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ହାତୀପ୍ରେମୀମାନଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ଖଣିଖାଦନ,ଶିଳ୍ପ,ଜଙ୍ଗଲ, ମଧ୍ୟରେ ରାସ୍ତାଘାଟ,ନିର୍ମାଣ,କାଠ ମାଫିଆଙ୍କ ପ୍ରାଦୁର୍ଭାବ,ଜଙ୍ଗଲ ଜବରଦଖଲ ଆଦି କାରଣରୁ ବ୍ୟାପକ ଜଙ୍ଗଲ ନଷ୍ଟ ହେବା ସହ ହାତୀମାନଙ୍କ ଆଶ୍ରୟସ୍ଥଳୀ,ଚଲାପଥ ଓ କରିଡର ସବୁ ନଷ୍ଟ ହୋଇଯାଇଛି । ଫଳରେ ହାତୀମାନଙ୍କ ପଥ ଭ୍ରଷ୍ଟ ହୋଇ ଏଣେତେଣେ ଘୁରି ବୁଲୁଛନ୍ତି ।
ହାତୀମାନଙ୍କର ଖାଦ୍ୟଭାବ ଦେଖାଦେଉଥିବାରୁ ଜନବସତିମୁହାଁ ହୋଇ ଫସଲ ହାନି ଘଟାଉଛନ୍ତି । ଅନେକ ସମୟରେ ପଥ ଭ୍ରଷ୍ଟ ହୋଇ ହାତୀମାନେ ରାସ୍ତାଘାଟ ଓ ରେଳ ଲାଇନ ପାର ହେବା ବେଳେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି । ଏନେଇ କେନ୍ଦୁଝର ଡିଏଫଓ ଅଜିତ ଶତପଥୀ କହିଛନ୍ତି ହାତୀମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରାଯାଉଛି ।