ସମ୍ବଲପୁର(ଏଟିଆର ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଲହରି କମିନଥିବା ବେଳେ ତୃତୀୟ ଲହରୀର ଭୟ ଦେଖିବାକୁ ମିଳିଛି । ତେବେ ଏହି ତୃତୀୟ ଲହରୀରେ ସର୍ବାଧିକ ଛୋଟ ଛୁଆ ଅର୍ଥାତ ଶିଶୁମାନଙ୍କ ଉପରେ ପ୍ରଭାବ ପାକାଇବ ବୋଲି ସ୍ୱାସ୍ଥ୍ୟ ବିଶେଷଞ୍ଜ ସୂଚନା ଦେଇଛନ୍ତି ।
ସୂଚନାସାରେ ଆଜି ସମ୍ବଲପୁର ବୁର୍ଲା ଭିମସାରରେ ୨ ଶିଶୁ କରୋନା ପଜିଟିଭ ହୋଇଥିବାର ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ୮ ମାସ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ୫ ମାସ ହୋଇଥିବାର ଜଣାପଡିଛି । ଏନେଇ ଭୀମସାରର ଅଧ୍ୟକ୍ଷ ଡାକ୍ତର ଲାଲମୋହନ ନାୟକ ସୂଚନା ଦେଇଛନ୍ତି । ବର୍ତ୍ତମାନ ଉଭୟଙ୍କ ଚିକିତ୍ସା ଭିମସାରର ଥିବା ସ୍ୱତନ୍ତ୍ର ଚାଇଲ୍ଡ କୋଭିଡ ୱାର୍ଡରେ ହେଉଥିବାବେଳେ ସେମାନଙ୍କ ଚିକିତ୍ସା ନିମନ୍ତେ ଡାକ୍ତର,ନର୍ସ ଓ ଅନ୍ୟ ମେଡିକାଲ ଷ୍ଟାଫଙ୍କୁ ଟ୍ରେନିଂ ଦିଆଯାଇଛି । ଏଥିସହ ଯୁନ୍ଧକାଳୀନ ଭିତ୍ତିରେ ଆଇସିୟୁ ବେଡ୍ ସଂରକ୍ଷିତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।