ସମ୍ବଲପୁର (ଏଟିଆର ବ୍ୟୁରୋ): ସମ୍ବଲପୁରରେ ବନ୍ଦ ରହିଥିବା ଇଣ୍ଟରନେଟ୍ ସେବାର ଅବଧି ପୁଣି ଥରେ ବୃଦ୍ଧି କରାଯାଇଛି । ଆସନ୍ତା ୧୭ ତାରିଖ ଦିନ ୧୦ ଟା ପର୍ଯ୍ୟନ୍ତ ବନ୍ଦ ରହିଛି ଇଣ୍ଟରନେଟ୍ ସେବା । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜିଲ୍ଲାରେ ଉତ୍ତେଜନା ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି ।
ଅନ୍ୟପଟେ ଗତକାଲି ରାତି ୧୨ଟାରୁ ସମ୍ବଲପୁର ସହରରେ କର୍ଫ୍ୟୁ ଜାରି ରହିଛି । ପରବର୍ତ୍ତି ଆଦେଶ ଯାଏଁ ବଳବତ୍ତର ରହିବ କର୍ଫ୍ୟୁ । ଏନେଇ ସମ୍ବଲପୁର ଉପ-ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି ।