ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଗୋଟିଏ କି’ ଦୁଇଟି ନୁହଁ ଏକାସଙ୍ଗେ ମିଳିଛି ୧୧ଟି ମୃତଦେହ । ତାହା ପୁଣି ଝୁଲନ୍ତା ଅବସ୍ଥାରେ । ସବୁଠୁ ବଡ଼ କଥା ହେଉଛି ଗୋଟିଏ ଘର ଭିତରୁ ସମସ୍ତ ମୃତଦେହକୁ ଜବତ କରିଛି ପୁଲିସ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀର ବୁରାଡୀ ଅଞ୍ଚଳରେ । ତେବେ ମୃତକମାନେ ଗୋଟିଏ ପରିବାରର ବୋଲି ପୁଲିସ ଜାଣିବାକୁ ପାଇଛି । ଏମାନେ ସମସ୍ତେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି ।
ତେବେ କେମିତି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି ସେନେଇ ଅଧିକ ଖୋଳତାଡ କରୁଛି ପୁଲିସ । ମୃତଦେହ ଭିତରେ ୭ଟି ମହିଳା ଓ ୪ଟି ପୁରୁଷ ରହିଛନ୍ତି । ସେମାନଙ୍କର ଗୋଟିଏ ଫର୍ଣ୍ଣିଚର ଦୋକାନ ଥିବା ଜଣାପଡିଛି । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇବା ସହ ସ୍ଥାନୀୟ ଅଞ୍ଚଳରେ ପଚରାଉଚରା ଜାରି ରଖିଛି ।