ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯଦି ଆପଣଙ୍କ ନିକଟରେ ଦୁଇଟି ମୋବାଇଲ ନଂ ଥିବ ଏବଂ ଦୁଇଟି ଯାକ ନଂ ରେ ଆପଣ ହ୍ୱାଟ୍ସଆପ୍ ଖୋଲିବାକୁ ଚାହୁଁଥିବେ ତେବେ ସେଥିପାଇଁ ଚିନ୍ତିତ ହେବାର ଆବଶ୍ୟକ ନାହିଁ କି ଦୁଇଟି ଫୋନ୍ ର ମଧ୍ୟ ଜରୁରୀ ନାହିଁ । ଆପଣ ଗୋଟେ ମୋବାଇଲରେ ମଧ୍ୟ ଦୁଇଟି ହ୍ୱାଟ୍ସଆପ ବ୍ୟବହାର କରି ପାରିବେ । ସେଥିପାଇଁ ହ୍ୱାଟ୍ସଆପର ଟିପ୍ସ ଆଣ୍ଡ ଟ୍ରାକ ରହିଛି ଯାହା ସାହାଯ୍ୟରେ ଆପଣ ଗୋଟେ ମୋବାଇଲରେ ଦୁଇଟି ହ୍ୱାଟ୍ସଆପ୍ ଆକାଉଣ୍ଟ ଚଲାଇ ପାରିବେ ।
ସିଙ୍ଗଲ ଫୋନରେ ଦୁଇଟି ହ୍ୱାଟ୍ସଆପ ଆକାଉଣ୍ଟ ଚଲାଇବା ପାଇଁ ସର୍ବପ୍ରଥମେ ମୋବାଇଲର ସେଟିଙ୍ଗସକୁ ଯାଆନ୍ତୁ । ତଳକୁ ସ୍କ୍ରଲ କଲା ପରେ ଆପଣଙ୍କୁ ଆପ୍ଲିକେଶନ ଏବଂ ପରମିଶନ ର ଅପ୍ସନ ନଜରକୁ ଆସିବ, ସେଠାରେ କ୍ଲିକ କରନ୍ତୁ । ସେଠି ଆପଣଙ୍କୁ ଏକ ଆପ କ୍ଲୋନର ଅପ୍ସନ ଦେଖାଯିବ ତାହା ଉପରେ କ୍ଲିକ କରନ୍ତୁ । ଆପ୍ କ୍ଲୋନରେ ଆପଣଙ୍କ ଫୋନରେ ଥିବା ସମସ୍ତ ଆପ୍ଲିକେସନ ନଜରକୁ ଆସିବ । ସେଥିରେ ହ୍ୱାଟ୍ସଆପ୍ ଉପରେ କ୍ଲିକ କରନ୍ତୁ । ସେଠାରେ ଆପଣଙ୍କୁ କ୍ଲୋନ ଆପ ଅପ୍ସନ ନଜରକୁ ଆସିବ । ତାକୁ ଅନ କରିବା ଦ୍ୱାରା ହ୍ୱାଟ୍ସଆପ କ୍ଲୋନ ହୋଇଯିବ । ଆପଣ ଏହି କ୍ଲୋନ ଜରିଆରେ ଦୁଇଟି ନମ୍ବରରୁ ହ୍ୱାଟ୍ସଆପ ଚଲାଇ ପାରିବେ ।
ଯଦି ଆପଣଙ୍କ ଫୋନରେ କ୍ଲୋନ ଫିଚର ନଥିବ ତେବେ ଆପଣ ଗୁଗଲ ପ୍ଲେଷ୍ଟୋରକୁ ଯାଇ ପାରାଲାଲ ସ୍ପେସ ଭଳି କ୍ଲୋନ ମେକିଙ୍ଗ ଆପ ର ସାହାଯ୍ୟ ନେଇ ପାରିବେ । ଏହି ଆପ୍ କ୍ଲୋନ ଫିଚର ଭଳି କାମ କରିଥାଏ ।