କଟକ(ଏଟିଆର ବ୍ୟୁରୋ): କରୋନାରେ ଶିଶୁ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି । ତେବେ ସେମାନଙ୍କ ସ୍ୱସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି କଟକ ଶିଶୁଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା କରାଯାଇଛି । ଶିଶୁଭବନରେ ୪୦ ଟି ସାଧାରଣ ବେଡ ଓ ୧୦ୂ ଟି ଆଇସିୟୁ ରହିବ । ପ୍ରତି ବେଡକୁ ଅକ୍ସିଜେନ ଗ୍ୟାସ ଫ୍ଲୋରରେ ବେଡ ବ୍ୟବସ୍ଥା କରାଯିବ ବୋଲି ଘୋଷଣଶ କରାଯାଇଛି । କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।
କୋଭିଡ ନିୟମରେ ସ୍ୱତନ୍ତ୍ର ପ୍ରବେଶ ଓ ପ୍ରସ୍ଥାନ ପଥ ରହିବ । ଆବଶ୍ୟକ ହେଲେ ଏସି ମଧ୍ୟ ଲଗାଯିବ । ସ୍ୱାସ୍ଥ୍ୟ ବିଭାଗ ଓ ଏସିଏସଙ୍କ ଅଧ୍ୟକ୍ଷତାରେ ଏହି ବୈଠକର ନିଷ୍ପତ୍ତି ହୋଇଛି । ସେପ୍ଟେମ୍ବର ପହିଲା ସୁଦ୍ଧା ଏହାର ସବୁପ୍ରକାର ସରଞ୍ଜାମ ସ୍ଥାପନ କରିବାକୁ ନିଷ୍ପତ୍ତି କରାଯାଇଛି ।