ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଆସନ୍ତା ୩ ତାରିଖରୁ ରାଜ୍ୟରେ ଉତ୍ତରା ପବନ ବହିବା ସହିତ ପ୍ରବଳ ଶୀତ ହେବ । ଏନେଇ ପୂର୍ବାନୁମାନ କରିଛନ୍ତି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ.ସୁରେନ୍ଦ୍ରନାଥ ପଶୁପାଳକ ।
ଆସନ୍ତା ଦୁଇ ଦିନରେ ରାତି ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇବ । ପରବର୍ତ୍ତି ଦୁଇ ଦିନ ଏହା ଅପରିବର୍ତ୍ତିତ ରହିବ । ଡିସେମ୍ବର ୩ ରୁ ୬ ତାରିଖ ମଧ୍ୟରେ ୩ ରୁ ୪ ଡିଗ୍ରୀ ଯାଏଁ ହ୍ରାସ ପାଇବ ରାତି ତାପମାତ୍ରା । ଯାହାଫଳରେ ପ୍ରବଳ ଶୀତ ଅନୁଭୂତ ହେବ ।